ହେଡଲାଇନସ୍:

ପାଣି ପଂଚାୟତ ସଚେତନ ତା ରଥର ଶୁଭାରମ୍ଭ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ରାଜ୍ୟ-ବ୍ୟାପି ପାଣି ପଞ୍ଚାୟତ ପକ୍ଷ-୨୦୨୬ ଜାନୁଆରୀ ୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ଜଳସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ଏକ ସଚେତନତା ରଥକୁ ଜିଲ୍ଲାପାଳ ରଘୁରାମ ଆର. ଆୟର ଆଜି ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ଶୁଭ ଉଦଘାଟନ କରିଛନ୍ତି । ଉକ୍ତ ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ, ପ୍ରମୁଖ ସେଚ ଅଞ୍ଚଳ ମାର୍ଗ ଦେଇ ପାଣି ପଞ୍ଚାୟତର ସଫଳତା ତଥା କାର୍ଯ୍ୟକାରିତା ସମ୍ପର୍କରେ ସଚେତନତା ବାର୍ତ୍ତା ବଣ୍ଟନ କରିବ । ପାଣି ପଞ୍ଚାୟତ ଚାଷୀ ଓ ଚାଷର ହିତେ ସର୍ବଦା ଜାଗ୍ରତ" ସ୍ଲୋଗାନର ବାର୍ତ୍ତା ଜନସାଧାରଣଙ୍କ ମଧ୍ୟରେ ବାଣ୍ଟିବ । ମହିଳାମାନଙ୍କର ପାଣି ପଞ୍ଚାୟତରେ ସଂପୃକ୍ତି ଓ ସମାନତାର ଅଧିକାର ବାର୍ତ୍ତା ମଧ୍ୟ ଲୋକମାନଙ୍କ ନିକଟରେ ପହଞ୍ଚାଇବ । ପାଣି ପଞ୍ଚାୟତମାନଙ୍କ ଦକ୍ଷତା ବିକାଶ, ନିରନ୍ତର ଜଳସେଚନ ଓ ଜଳବାୟୁ ସହନଶୀଳ କୃଷି ମାଧ୍ୟମରେ କୃଷକମାନେ ସଶକ୍ତି ହେବା ସହ ନିଜର ରୋଜଗାରକୁ ବୃଦ୍ଧି କରିପାରିବେ ବୋଲି ଜିଲ୍ଲାପାଳ ମତ ରଖିଥିଲେ । ପାଣି ପଞ୍ଚାୟତର ପ୍ରତ୍ୟେକ ସଦସ୍ୟଙ୍କ ଭାଗିଦାରୀ ଓ ସମନ୍ୱୟ ବିନା ପାଣି ପଞ୍ଚାୟତର ସଫଳ କାର୍ଯ୍ୟାନ୍ୱୟନ ସମ୍ଭବ ନୁହେଁ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ, ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସ୍ୱାଇଁ, ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ସମସ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିୟାରସିଂହ ଉପସ୍ଥିତ ରହିଥିଲେ ।

0
0
0
s2sdefault