ହେଡଲାଇନସ୍:

ବୁଢ଼ାବୁଢ଼ୀଆଣୀ ଠାରେ ପାଣିପଞ୍ଚାୟତ ପକ୍ଷ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ମୃତ୍ୟୁର ଭୟ ଆସିଲେ ମନୁଷ୍ୟର ମନରେ ଚେତନା ଜାଗ୍ରତ ହୁଏ"

ଓଡ଼ଗାଁ,୧୬।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମଧ୍ୟମ ଜଳସେଚନ ପ୍ରକଳ୍ପ ବୁଢ଼ାବୁଢ଼ୀଣୀ ଡ୍ୟାମ ଠାରେ ମଙ୍ଗଳବାର ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । ସାରା ଓଡ଼ିଶାରେ ଏହିପକ୍ଷ ପାଳନ ହେଉଥିବା ବେଳେ ନୟାଗଡ଼ ଜଳସେଚନ ବିଭାଗ ଆନୁକୂଲ୍ୟରେ ପାଣି ପଞ୍ଚାୟତ ଶୀର୍ଷ କମିଟି ଅଧ୍ୟକ୍ଷ ସୁଧାକର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବୁଢ଼ାବୁଢ଼ୀ ଆଣି ଠାରେ ଅନୁଷ୍ଠିତ ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳିତ ହୋଇଥିଲା । ଉକ୍ତ ସମାରୋହରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟା ଝିଲ୍ଲୀ ପ୍ରଧାନ, ଜିଲ୍ଲା ଅଧିକ୍ଷଣ ଯନ୍ତ୍ରୀ ଇଂ. ବୈକୁଣ୍ଠ ନାଥ ଦଳେଇ, ଜିଲ୍ଲା କୃଷି ଅଧିକାରୀ ପବିତ୍ର ମୋହନ ସାହୁ, କୃଷି ବୈଜ୍ଞାନିକ ଅନିଲ କୁମାର ସ୍ବାଇଁ, ନୟାଗଡ଼-ପାଣିପୋଇଲା, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶିବ ଶଙ୍କର ବେହେରା, ନୟାଗଡ଼, ସୁମିତ୍ କୁମାର ଜେନା, ଦଶପଲ୍ଲା ଯୋଗଦେଇ ବୈଜ୍ଞାନିକ କୌଶଳ ଦ୍ବାରା ଚାଷ ଜମିକୁ ସ୍ୱଳ୍ପ ଜଳରେ କିପରି ଉଚିତ୍ ଚାଷକାର୍ଯ୍ୟ କରାଯାଇପାରିବ ସେ ସମ୍ପର୍କରେ ଚାଷୀ ମାନଙ୍କୁ ବୁଝାଇଥିଲେ । ମୃତ୍ୟୁର ଭୟ ଆସିଲେ ମଣିଷ ମନରେ ଚେତାପସେ । କିନ୍ତୁ ପୂର୍ବ ସଚେତନତା ରହିଲେ ହୁଏତ ଜୀବନ ବଞ୍ଚାଇବାପାଇଁ ଡହଳ ବିକଳ ହେବାକୁ ପଡ଼ିବ ନାହିଁ । ନିଜ ସ୍ବାର୍ଥ ସହିତ ଅନ୍ୟ ସ୍ୱାର୍ଥର ସୁରକ୍ଷା ପାଇଁ ଚିନ୍ତା ରହିଲେ ଉପର ମୁଣ୍ଡରୁ ତଳମୁଣ୍ଡ ପର୍ଯ୍ୟନ୍ତ ଜଳସେଚନ ପାଇଁ ଅକ୍ଳେଶରେ ଜଳ ପହଁଚି ପାରିବ । ବହୁ ପରିମାଣରେ ଜନସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଚାଷପୋଯୋଗୀ ଜମିର ପରିମାଣ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ବୈଜ୍ଞାନିକ ପ୍ରଣାଳୀର ପ୍ରୟୋଗ ଦ୍ଵାରା କୃଷି ଉତ୍ପାଦନ ବହୁଗୁଣିତ ହେବା ଫଳରେ ଏବେ ବଳକା ଦ୍ରବ୍ୟକୁ ବିଦେଶକୁ ରପ୍ତାନୀ ହୋଇ ପାରୁଛି । ମାଛଚାଷ ଏବଂ କୁକୁଡ଼ା ଚାଷରେ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବା ଆମ ନୟାଗଡ଼ ଜିଲ୍ଲା ପାଇଁ ଶୁଭ ସଂକେତ ବୋଲି ମୁଖ୍ୟ ଅତିଥି ଇଂ. ଦେବାଶିଷ ପଟ୍ଟନାୟକ କହିଥିଲେ । ତେବେ ଗୁଆନ୍ଦ, ଶିଖରପୁର, ଆମ୍ବରାପୁର ପାଣିପଞ୍ଚାୟତର ତଳମୁଣ୍ଡ ପର୍ଯ୍ୟନ୍ତ ପାଣି ପହଁଞ୍ଚିବାର ସମସ୍ୟା ଖୁବଶୀଘ୍ର ସମାଧାନ ହେବ ବୋଲି ସୁଧାକର ଷଡ଼ଙ୍ଗୀ କହିଥିଲେ । ନୟାଗଡ଼ ଜଳସମ୍ପଦ ବିଭାଗ ଦ୍ଵାରା ବିଭାଜନ ସ୍ତରୀୟ କେତେକ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ଚିତଙ୍କନ, ରଚନା ଏବଂ କ୍ୟୁଇଜ ପ୍ରତିଯୋଗିତାର ବିଜେତା ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ
ତୃପ୍ତୀମୟି ନାୟକ, ଶରଣକୁଳ ମଞ୍ଚ ସଞ୍ଜୋଜନା କରିଥିବା ବେଳେ ବୁଢ଼ାବୁଢ଼ୀ ଆଣି ଡ଼୍ୟାମ ସହକାରୀ ଯନ୍ତ୍ରୀ ଦାମୋଦର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault