ହେଡଲାଇନସ୍:

କୁରାଳ ବିନାୟକ ମାର୍କେଟ ସିଡିଘର ନଭାଙ୍ଗିବା ନେଇ ବିଡ଼ିଓଙ୍କ ନିକଟରେ ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୬।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ମେଡିକାଲ ଛକରେ ଥିବା ବିନାୟକ ମାର୍କେଟ କମ୍ପ୍ଲେକ୍ସର ସିଡି ଗୃହ ନଭାଙ୍ଗିବା ନିମନ୍ତେ କୁରାଳ ଗ୍ରାମବାସୀଙ୍କ ତରଫରୁ ଓଡ଼ଗାଁ ବିଡ଼ିଓଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଉକ୍ତ କୋଠାର ସିଡିଘରକୁ ଭାଙ୍ଗି ନିଜର ସୁବିଧା ହାସଲ ପାଇଁ ସେହି ଗୃହକୁ ଭଡ଼ା ସୂତ୍ରରେ ଲଗାଇବା ନିମନ୍ତେ ପଞ୍ଚାୟତ ସ୍ତରରେ ଯୋଜନା କରି ଏକ ନୋଟିସ ଜାରି କରାଯାଇଛି । ତେବେ କୁରାଳ ଗ୍ରାମପଞ୍ଚାୟତ ବୈଠକର ଆଲୋଚନା ଅନୁସାରେ ଉକ୍ତ ସିଡ଼ି ଘରଟି ଅଧିକ ଦିନ ଧରି ଅବ୍ୟବହୃତ ହୋଇ ପଡ଼ିରହିଛି ‌। ପଞ୍ଚାୟତର ସ୍ଥାୟୀ ଆୟବୃଦ୍ଧି ନିମନ୍ତେ ଏହାକୁ ଦୋକାନ ନିମନ୍ତେ ବ୍ୟବହାର କରିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ ହୋଇଥିଲା । ଏବଂ ତଦନୁଯାୟୀ ଗ୍ରାହକ ମାନଙ୍କ ନିମନ୍ତେ ମଧ୍ୟ ନୋଟିସ ଜାରି କରାଯାଇଥିଲା । ଏବଂ ଭବିଷ୍ୟତରେ ଉପର ମହଲାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ନିମନ୍ତେ ସରକାର ଯଦି ଅର୍ଥ ପ୍ରଦାନ କରନ୍ତି, ତେବେ ତା'ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି କୁରାଳ ସରପଞ୍ଚ ବିଜନ ପାଇକରାୟ କହିଛନ୍ତି ।

0
0
0
s2sdefault