ପୁରୀ,(ଅନିମେଶ ପଟ୍ଟନାୟକ): ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵ ବିଦ୍ୟାଳୟରେ ବାଲ୍ୟ ବିବାହ ମୁକ୍ତ ଭାରତ ୧୦୦ ଦିନର ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ତରଫରୁ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ପିଲା ମାନଙ୍କ ମଧ୍ୟରେ ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି ବିଷୟ ଉପରେ ବକ୍ତୃତା ଓ ରଚନା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ, ମୁଖ୍ଯ ସେବିକା ବାଲ୍ୟବତୀ ମହାନ୍ତି,ଡିସି ହବ ବିଦ୍ୟାଧର ମଲ୍ଲିକ ,ଜେଣ୍ଡର ସ୍ପେଶାଲିଷ୍ଟ ମଧୁସ୍ମିତା ବିଶ୍ବାଳ , ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵ ବିଦ୍ୟାଳୟର ଅଧ୍ୟାପକ ଜି ଭିଆରଏସ ଦତରୋୟ ମୂର୍ତୀ ଚେୟାରମ୍ଯାନ ଡ଼. ରାଜଶ୍ରୀ ଦାସ ଆସିଷ୍ଟାଣ୍ଟ ପ୍ରୋଫେସର ଡ. ପୂର୍ଣଚନ୍ଦ୍ର ପାଢୀ,ଏଚଓଡି ଓ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ୨୨୦ ଜଣ ଛାତ୍ରଛାତ୍ରୀ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ରାଜ୍ୟ
ବାଲ୍ଯ ବିବାହ ମୁକ୍ତ ଭାରତ ସଚେତନତା ଅଭିଯାନ
- Hits: 31











