ହେଡଲାଇନସ୍:

ଗଜଲକ୍ଷ୍ମୀପୂଜା ପାଇଁ ଶାନ୍ତି କମିଟି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ/ଶ୍ରୀୟାସ୍ମିତା ସାମଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ପରିସରରେ ଲକ୍ଷ୍ମୀପୂଜା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସଡିପିଓ ପ୍ରଶାନ୍ତ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଗଜଲକ୍ଷ୍ମୀପୂଜାକୁ ଶାନ୍ତି ଶୃଙ୍ଖଳା ସହିତ ପାଳନ ପାଇଁ ଆଲୋଚନା ହୋଇଥିଲା ପୂଜାମଣ୍ଡପ ଓ ଭସାଣିରେ ଡିଜେ ସାଉଣ୍ଡ ଉପରେ ପୁଲିସ କଟକଣା ଲଗାଇଛି। ରେଢ଼ାଖୋଲ ଥାନା ଅଞ୍ଚଳରେ ୧୯ଟି ସ୍ଥାନରେ ଗଜଲକ୍ଷ୍ମୀପୂଜା ମେଢ ଅନୁଷ୍ଠିତ ହେଉଥିବା ବେଳେ ୧୩ଟି ପୂଜା କମିଟିର କର୍ମକର୍ତ୍ତା ଏହି ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ, ବିଦ୍ୟୁତ ବିଭାଗର ଏସ୍‌ଓ ନନ୍ଦକୁମାର ନାଗ,ଫାୟାର ଅଧିକାରୀ ତାରାଚାନ୍ଦ ମାଝି,ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ ସମେତ ସମସ୍ତ ପୂଜା କମିଟିର ସଦସ୍ୟ ଉପସ୍ଥିତ ଥିଲେ।

0
0
0
s2sdefault