ହେଡଲାଇନସ୍:

ଗଜପତି ଜିଲ୍ଲାରେ ଅବକାରୀ ଚଢ଼ାଉ : ୫ ଜଣ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠିଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବୋଧାନରେ ସେପ୍ଟେମ୍ବର ୨୩ ଓ ୨୪ ତାରିଖ ଦୁଇ ଦିନ ଧରି ମୋହନା ଓ ଆର୍.ଉଦୟଗିରି ଏରିଆରେ ପୋଲିସ ଏପିଆର୍ ଫୋର୍ସ , ଅବକାରୀ ବିଭାଗ , ମାଜିଷ୍ଟ୍ରେଟ ଦାୟିତ୍ୱରେେ ଥିବା ଆର୍ . ଉଦୟଗିରି ଓ ମୋହନା ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନ ଯଥା :- ପାତ୍ର ବସା , ତୁବୁରୁବା , ଗୁଡିସାହି , ଝୁଲା , ବେନା ସାହି , ନୂଆସାହି , ଭାଲିଆ ସାହି , ପଥର ଗଡ, ଲୁହାଗୁଡି , ଲବାରସିଙ୍ଗ ଇତ୍ୟାଦି ଗ୍ରାମ ଗୁଡିକରେ ମିଳିତ ଅବକାରୀ ଚଢ଼ାଉ କରାଯାଇଥିଲା।
ଏହି ଚଢ଼ାଉରେ ବିପୁଳ ପରିମାଣର ମହୁଲ ଓ ଗୁଡ ମିଶ୍ରିତ ପୋଚ ୭୩୮୦ ଲିଟର , ଦେଶୀରନ୍ଧା ମହୁଲ ମଦ ୪୭୯ ଲିଟର ଘଟଣା ସ୍ଥଳରେ ନଷ୍ଟ କରିବା ସହିତ ବହୁ ପରିମାଣର ମଦରନ୍ଧା ସରଞ୍ଜାମ ଯଥା- ପ୍ଲାଷ୍ଟିକ ଡ୍ରମ , ଡେକଚି ଇତ୍ୟାଦି ନଷ୍ଟ କରାଯାଇଛି। ଏଥରେ ସଂପୃକ୍ତ ଥିବା ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ନଷ୍ଟ କରାଯାଇଥିବା ଜିନିଷର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ।
ଶ୍ରୀ ପ୍ରକାଶ କୁମାର ସାହୁ ଅବକାରୀ ନିରୀକ୍ଷକ , ସଦର ରେଞ୍ଜ ଏହି ଚଢ଼ାଉର ନେତୃତ୍ବ ନେଇଥିଲେ।
ପ୍ରକାଶ ଥାଉ କି ଏହି ଚଢ଼ାଉ ଆଗାମୀ ଦୁର୍ଗାପୂଜା ଉପଲକ୍ଷେ ହେଉଛି ଓ ଏହା ଦୁର୍ଗାପୂଜା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

0
0
0
s2sdefault