ଝାରବନ୍ଧ-ମନୋହର ଦାଶ: ପଶ୍ଚିମ ଓଡ଼ିଶାର ପବିତ୍ର ଶ୍ରୀଶ୍ରୀ ନୃସିଂହନାଥ ପୀଠ ସ୍ଥଳୀ ଠାରେ ବରଗଡ ଜିଲ୍ଲା ଝାରବନ୍ଧ ବ୍ଳକ ର ସମସ୍ତ ସରପଞ୍ଚ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ସରପଞ୍ଚ ଭାଇ,ଭଉଣୀ ମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ଉଦ୍ଦେଶ୍ୟ ରେ ସମସ୍ତ ସରପଞ୍ଚ ମାନଙ୍କୁ ନେଇ ଏକ ସଂଗଠନ ଗଠନ କରାଯାଇଛି । ଏହି ସରପଞ୍ଚ ସଂଗଠନ ରେ ଚଳିତବର୍ଷ ପାଇଁ ଝାରବନ୍ଧ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମାନ ଚନାବୁଟୁ ବଞ୍ଜାରା ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିବାବେଳେ,ସରପଞ୍ଚ ଚିନ୍ତାମଣି ରାଉତ ଉପସଭାପତି,ସରପଞ୍ଚ ଲକ୍ଷେ ସିଂ ଥପା-ସମ୍ପାଦକ ଏବଂ ସରପଞ୍ଚ ସୁନିଲ କୁମାର ରାୟ ଙ୍କୁ ମନୋନୀତ କରାଯାଇଛି ।ସମସ୍ତ ସରପଞ୍ଚ ଙ୍କ ସହମତି ଅନୁସାରେ ସଭାପତି ଏବଂ ଉପସଭାପତି ଙ୍କ ନାମରେ ଏକ ରାଷ୍ଟ୍ରାୟତ ବ୍ୟାଙ୍କ ରେ ଜଏଣ୍ଟେ ପାସବୁକ୍ ଖୋଲିବା ପାଇଁ ପ୍ରସ୍ତାବ ଗୃହିତ ହୋଇଛି । ତତସଙ୍ଗେସଙ୍ଗେ ପ୍ରତ୍ୟକ ଦୁଇମାସ ରେ ଥରେ ଏହି ବୈଠକ ବସିବାକୁ ଉପସ୍ଥିତ ସମସ୍ତ ସରପଞ୍ଚ ସହମତି ପ୍ରଦାନ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।
ରାଜ୍ୟ
ଝାରବନ୍ଧ ବ୍ଳକ ସରପଞ୍ଚ ସଙ୍ଗଠନ ଗଠିତ
- Hits: 687