କୋଇଡା ; ଆର୍ସଲରମିତଲ୍ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ(ଏଏମ୍/ଏନ୍ଏସ୍ ଇଣ୍ଡିଆ) ଏହାର ଦକ୍ଷତା ଉନ୍ନୟନ କାର୍ଯକ୍ରମ ଅଧିନରେ ଏକ ସିଏସ୍ଆର୍ ପଦକ୍ଷେପକୁ ତ୍ୱରାନ୍ୱିତ କରିବାକୁ ଯାଇ ସରକାରୀ ଶିଳ୍ପ ତାଲିମ୍ ପ୍ରତିଷ୍ଠାନ, କୋଇଡା ସହ ବୁଝାମଣା ପତ୍ର ତଥା ଏମ୍ଓୟୁ ସ୍ୱାକ୍ଷର କରିଛନ୍ତି । ଷ୍ଟୋନ୍ ପ୍ରୋସେସିଙ୍ଗ୍ ମେସିନ୍ ଅପରେଟର୍ମାନଙ୍କ ପାଇଁ ଡୁଏଲ୍ ସିଷ୍ଟମ୍ ତାଲିମ୍ ଦେବା ପାଇଁ ଏହି ଏମ୍ଓୟୁ ସ୍ୱାକ୍ଷର କରାଯାଇଛି ।
ଏଏମ୍/ଏନ୍ଏସ୍ ଇଣ୍ଡିଆ ଏହି ପଦକ୍ଷେପ ମାଧ୍ୟମରେ ଭିତିଭୂମିର ନବୀକରଣ, ଛାତ୍ର ଛାତ୍ରୀ ଓ କର୍ମଚାରୀଙ୍କୁ ଶିଳ୍ପ ଏକ୍ସପୋଜର ସୁଯୋଗ ପ୍ରଦାନ, ଶିଳ୍ପ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ପାଇଁ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ(ଆଇଟିଆଇ)ରେ ଶିଳ୍ପ ଆଧାରିତ ଆଡ୍-ଅନ୍ ପାଠ୍ୟକ୍ରମ ପ୍ରଦାନ ସହିତ ପ୍ରଶିକ୍ଷଣରେ ଗୁଣାତ୍ମକ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି ।
ଏହି ସହଯୋଗିତା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ରୋଜଗାରର ସୁଯୋଗ ସୃଷ୍ଟି କରିବ ଏବଂ ଆଇଟିଆଇ, ଖଣି ଓ ଧାତୁ ଶିଳ୍ପ ପାଇଁ ଖଣି ଅଚଂଳରେ ବୃତିଗତ କୁଶଳୀ ସୃଷ୍ଟି କରିପାରିବ ଯାହା ଫଳରେ ଏହି ତାଲିମ୍ ଶିଳ୍ପ ପାଇଁ ଲାଭଦାୟକ ହେବ ।
ଏହି ଅବସରରେ ଉଦ୍ବୋଧନା ଦେବାକୁ ଯାଇ ଏଏମ୍/ଏନ୍ଏସ୍ ଇଣ୍ଡିଆର ସିଏସ୍ଆର୍ ମୁଖ୍ୟ ବିକାଶ ୟାଦଭେନ୍ଦୁ କହିଛନ୍ତି ଏଏମ୍/ଏନ୍ଏସ୍ ଇଣ୍ଡିଆ ଏକ ଦାୟିତ୍ୱବାନ କର୍ପୋରେଟ ଏବଂ ସରକାରୀ ଆଇଟିଆଇ କୋଇଡା ସହ ଜଡିତ ହୋଇ ଆମେ ବହୁତ ଖୁସି । ସକ୍ରିୟ ସହଯୋଗ ମାଧ୍ୟମରେ ଆମେ ଏହି ଅଚଂଳରେ ଖଣି ଓ ଧାତୁ ଶିଳ୍ପ ପାଇଁ ଆବଶ୍ୟକୀୟ ମାନବ ଶକ୍ତି ସୃଷ୍ଟି କରିବାରେ ସାହାଯ୍ୟ କରିବୁ । ଏଏମ୍/ଏନ୍ଏସ୍ ଇଣ୍ଡିଆର ସିଏସ୍ଆର୍ କାର୍ଯକ୍ରମ ହିତାଧିକାରୀଙ୍କୁ ସର୍ବାଧିକ ସହାୟତା କରିବାରେ ଲକ୍ଷ୍ୟ ରଖିଛି ।
ରାଜ୍ୟ
ଏଏମ୍/ଏନ୍ଏସ୍ ଇଣ୍ଡିଆ ଦ୍ୱାରା ଡୁଏଲ୍ ସିଷ୍ଟମ୍ ଟ୍ରେନିଂ
- Hits: 274