ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ କର୍ମୀ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କୁ 7ଟି ଜିଲ୍ଲା ର ପର୍ଯ୍ୟବେକ୍ଷକ ଦାୟିତ୍ୱ ପ୍ରଦାନ

ମାହାଙ୍ଗା (ଦେବେନ୍ଦ୍ର ଷଡ଼ଙ୍ଗୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ, ବିକାଶମୁଖୀ ଶାସନ ରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କୁ ସାତଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି l ବିଜୁ ଜନତା ଦଳ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଦୃଢ ନେତୃତ୍ବ ଓ ପ୍ରଚଣ୍ଡ ସାଙ୍ଗଠନିକ ଦକ୍ଷତାକୁ ଦୃଷ୍ଟି ରେ ରଖି ସାତଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଗୁରୁଦାୟିତ୍ଵ ପ୍ରଦାନ କରିଛନ୍ତି l ଯାହାପାଇଁ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ବିଜୁ ଜନତା ଦଳ କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଢେରସାରା କୃତଜ୍ଞତା ଜ୍ଞାପନ କରିଛନ୍ତି । ସୂଚନାଥାଉକି ଶ୍ରୀ ଜେନାଙ୍କ ର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା ୧୯୮୫ ମସିହା ଛାତ୍ର ବୟସରୁ । ପ୍ରଥମେ ବିଜ୍ଞାନ ବିଭାଗର ସମ୍ପାଦକ ଭାବେ ରାଜନୈତିକ ଜୀବନ ଆରମ୍ଭ କଲାପରେ ୧୯୯୦-୯୧ ମସିହାରେ ମଧୁସୂଦନ ଆଇନ ମହାବିଦ୍ୟାଳୟ ର ଛାତ୍ର ସଂଘର ସଭାପତି ଭାବେ ମନୋନିତ ହୋଇଥିଲେ । ୧୯୯୨ ରୁ ୨୦୦୨ ମସିହାରେ ରାଜ୍ୟ ଛାତ୍ର ଜନତା ଦଳ ସଭାପତି ଭାବେ ଜନତା ଦଳରୁ ବିଜୟ ଲାଭ କରି ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ବହନ କରିଥିଲେ । ଏପରିକି ପ୍ରଥମ କରି ୨୦୦୦ ମସିହାରେ ଜନତା ଦଳ ପକ୍ଷରୁ ଶ୍ରୀଯୁକ୍ତ ପ୍ରତାପ ଜେନା ବିଧାନସଭା ନିର୍ବାଚନରେ କିଶନନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ପାଦ ଥାପିଥିଲେ ଏବଂ ବିରୋଧୀ ଦଳକୁ ୧୭ ହଜାର ୬୯୫ ଖଣ୍ଡ ଭୋଟ ଅନ୍ତରରେ ପରାଜୟ କରି ବିଜୟ ଲାଭ କରିଥିଲେ । ପୁନର୍ବାର ୨୦୦୪ ମସିହା ବିଧାନସଭା ନିର୍ବାଚନ ରେ କିଶନନଗର ନିର୍ବାଚନ ମଣ୍ଡଳୀ ରୁ ଦ୍ୱିତୀୟବାର ବିଧାୟକ ଭାବେ ବିରୋଧୀ ଦଳକୁ ୨୪ ହଜାର ୭୬୮ ଖଣ୍ଡ ଭୋଟ ଅନ୍ତରରେ ପରାଜୟ କରି ବିଜୟ ର ଟୀକା ପିନ୍ଧି ପାରିଥିଲେ ଶ୍ରୀ ଜେନା । ତେବେ ଏହି କିଶନନଗର ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ବିକାସମୁଖୀ ବିଧାୟକ ଭାବେ ଲୋକମାନଙ୍କ ପାଇଁ ବିକାଶମୂଳକ କାର୍ଯ୍ୟ କରି ଶ୍ରୀ ଜେନା ଜଣେ ଲୋକପ୍ରିୟ ବିଧାୟକ ଭାବେ ସାରା ନିର୍ବାଚନ ମଣ୍ଡଳୀରେ ପରିଚିତ ହୋଇପାରିଥିଲେ । ଯେଉଁଥିପାଇଁ ଏବେ ବି ମଧ୍ୟ କିଶନନଗର ନିର୍ବାଚନ ମଣ୍ଡଳବାସୀ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଥା ଗାଉଥିବାର କଥାକୁ ଏଡାଇ ଦିଆଯାଇନପାରେ । ସେହିପରି ଭାବେ ଶ୍ରୀ ଜେନା ପୁର୍ନବାର ତୃତୀୟଥର ପାଇଁ ୨୦୦୯ ମସିହାରେ ସଂସ୍କୃତିସମ୍ପର୍ଣ୍ଣ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ନିର୍ବାଚନ ଲଢ଼ି ୨୯ ହଜାର ୨୨୦ ଖଣ୍ଡ ଭୋଟ ବ୍ୟବଧାନରେ ବିରୋଧୀ ଙ୍କୁ ପରାଜୟ କରି ବିଜୟ ଲାଭ କରିଥିଲେ । ଶ୍ରୀ ଜେନା ବିଜୟ ଲାଭ କଲାପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦୃଢ ସମର୍ଥନ ବଳରେ ଓଡିଶା ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ "ବିଦ୍ୟାଳୟ ଓ ଗଣଶିକ୍ଷା" ବିଭାଗ ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ସମଗ୍ର ରାଜ୍ୟ ସମେତ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଶୈକ୍ଷିକ ବିକାଶ କରିପାରି ସୁନାମ ଅର୍ଜନ କରିପାରିଥିଲେ । ପୁର୍ନବାର୨୦୧୪ ମସିହାରେ ୪ର୍ଥ ଥର ପାଇଁ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ୨୭ ହଜାର ୮୭୪ ଖଣ୍ଡ ଭୋଟ ଅନ୍ତରରେ ବିରୋଧୀ ଙ୍କୁ ହରାଇ ବିଜୟ ଲାଭ କରିଥିଲେ । ଯାହାଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ରେ ଜଣେ ବିଜୟୀ ଓ ଶୁଭଙ୍କର ନେତା ଭାବେ ସାରା ଓଡ଼ିଶାରେ ପରିଚିତ ହୋଇପାରିଥିଲେ । ୨୦୧୭ ମସିହାରେ ଓଡିଶା ସରକାରଙ୍କ ମନ୍ତ୍ରୀମଣ୍ଡଳ ରେ ସ୍ୱାସ୍ଥ୍ୟ ,ପରିବାର କଲ୍ୟାଣ ଏବଂ ଆଇନ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ, ୨୦୧୮ ମସିହାରେ ମନ୍ତ୍ରୀ ଶ୍ରୀ ଜେନା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ । ପୁର୍ନବାର ଲଗାତାର ଭାବେ ୨୦୧୯ ମସିହାରେ ୫ମ ଥର ପାଇଁ ମନ୍ତ୍ରୀ ଶ୍ରୀ ଜେନା ଙ୍କ ପ୍ରତି ମାହାଙ୍ଗା ନିର୍ବାଚନ ମଣ୍ଡଳୀବାସୀ ଜନସାଧାରଣଙ୍କ ଆଶୀର୍ବାଦ ଓ ଭଲପାଇବା ଅତି ଉଚ୍ଚକୋଟୀର ରହିଥିବାରୁ ସର୍ବୋପରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଗତିଶୀଳ ସ୍ୱଚ୍ଛ, ନିର୍ମଳ ଶାସନରେ ୨୯ ହଜାର ୫୮୫ ଖଣ୍ଡ ଭୋଟ ବ୍ୟବଧାନ ରେ ବିରୋଧୀ ଦଳକୁ ପରାସ୍ତ କରି ବିଜୟଲାଭ କରି ଜଣେ ଲୋକପ୍ରିୟ ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳୀର ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା:- ପଞ୍ଚାୟତିରାଜ,ଆଇନ, ପାନୀୟଜଳ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଭାବେ ପ୍ରତାପ ଜେନା ଦାୟିତ୍ୱ ତୁଲାଇ ଆସିଥିଲେ । ଯାହାଫଳରେ ମନ୍ତ୍ରୀ ଶ୍ରୀ ଜେନା ବିକାଶମୂଳକ କାର୍ଯ୍ୟମାନ କରି ନବୀନ ପଟ୍ଟନାୟକଙ୍କ ଶାସନ ରେ ବିଜୁ ଜନତା ଦଳ ପାଇଁ ଜଣେ ସୁନାମଧନ୍ୟ, ଶୁଭଙ୍କର, ଲୋକପ୍ରିୟ ମନ୍ତ୍ରୀ ଭାବେ ପରିଚିତ ହୋଇପାରିଥିଲେ । ଏପରିକି ସମଗ୍ର ଓଡ଼ିଶାରେ ୧ନଂ ମନ୍ତ୍ରୀ ଭାବେ "Fame India Best Minister Award" ରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ସମର୍ଦ୍ଧିତ ହୋଇଥିଲେ । ଯାହାପାଇଁ ମନ୍ତ୍ରୀ ଶ୍ରୀ ଜେନା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନାମକୁ ସାରା ଓଡ଼ିଶାରେ ଗର୍ବିତ କରିପାରିଥିଲେ । ତେବେ ମନ୍ତ୍ରୀ ପ୍ରତାପ ଜେନା ୫ ଥର ବିଧାୟକ ଭାବେ ବିଜୟ ଲାଭ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦୃଢ ସମର୍ଥନ ବଳରେ ରାଜ୍ୟ ମନ୍ତ୍ରୀ ମଣ୍ଡଳୀର ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଆଉ ଏବେ ଗତ କିଛି ଦିନ ହେବ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସ୍ଥା ଓ ଭରସା ପ୍ରକଟ କରି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ସୋନପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ ପ୍ରମୁଖ ସାତଟି ଜିଲ୍ଲା ର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି l ଯାହାପାଇଁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ କର୍ମୀ ଅତ୍ୟନ୍ତ ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି l

0
0
0
s2sdefault