ହେଡଲାଇନସ୍:

ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟାଞ୍ଚଳରେ ରିଲିଫ୍ ଓ ଉର୍ଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି l ଆଜି ଜିଲ୍ଲାପାଳ ଅପରାହ୍ନରେ କୁଜଙ୍ଗ ବ୍ଲକର ଜିଲ୍ଲାନାସୀ, ଜୟଶଙ୍ଖପୁର, ତେନ୍ତୁଳିଆ, ବରିହାଡ଼ିଆ ଅଞ୍ଚଳଗ୍ରସ୍ତ କରି ବନ୍ୟା ପ୍ରପୀଡ଼ିତ ଜନ ସାଧାରଣଙ୍କ ସୁବିଧା ଅସୁବିଧା ବୁଝିଥିଲେ l ଜିଲ୍ଲାର ଆଠ ବ୍ଲକରେ ପ୍ରଶାସନ ପକ୍ଷରୁ ଶୁଖିଲା ଓ ରନ୍ଧା ଖାଦ୍ୟ ଆଶ୍ରୟସ୍ଥଳୀର ଗାଁରେ, ଘରେ ଘରେ ଯୋଗାଇଦିଆଯାଇଛି l ଗୋରୁ ଗାଇଙ୍କୁ ଗୋ ଖାଦ୍ୟ ଯୋଗାଇ ଦିଆଯାଇଛି l ତହସିଲଦାରମାନେ ପଲିଥିନ ବଣ୍ଟନ କରୁଛନ୍ତି, ରିଲିଫ୍ କାର୍ଯ୍ୟରେ ଅଧିକାରୀମାନଙ୍କ ସାହିତ ସମସ୍ତ ଜନପ୍ରତିନିଧି ସହଯୋଗ କରୁଛନ୍ତି l ତିନୋଟି ମୋବଇଲ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ କରାଯାଇ ଯଥେଷ୍ଟ ପରିମାଣରେ ପାନୀୟ ଜଳ ପାଉଚ୍ ମାଧ୍ୟମରେ ଯୋଗାଇ ଦିଆଯାଉଛି l ସ୍ୱାସ୍ଥ୍ୟ, ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଶିବିର ମାଧ୍ୟମରେ ଜନସାଧାରଣ ଓ ଗୋରୁ ଗାଇଙ୍କ ପାଇଁ ଔଷଧ ଯୋଗାଇ ଦିଆଯାଇଛି l ତିନିଦିନ ହେବା ବରିଷ୍ଠ ଅଧିକାରୀ, ଅଧିକାରୀମାନେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପରିଚାଳନା କରୁଛନ୍ତି l NDRF ଅଗ୍ନିଶମ ବାହିନୀ ସହିତ, ଜଳ ସମ୍ପଦ, ଗ୍ରାମୀଣ ଜଳଯୋଗାଣ ଓ ପାଣିସମ୍ପଦ, ପଞ୍ଚାୟତରାଜ ବିଭାଗ ସମସ୍ତେ ଆଲର୍ଟ ଅଛନ୍ତି l ପାଣି ନଦୀରେ ଖସୁଛି l ମାନ୍ୟବର ମୁଖ୍ୟମନ୍ତ୍ରୀ ୧୫ ଦିନ ପାଇଁ ରିଲିଫ୍ ପାଇଁ ନିର୍ଦେଶ ଦେଇଛନ୍ତି l ସବୁ ଗାଁରେ ପ୍ରତ୍ୟେକ ଘରେ ରିଲିଫ୍ ପହଞ୍ଚାଇବାକୁ ପ୍ରଚେଷ୍ଟା ଜାରିରହିଛି l ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ରହିଛି ଜିରୋ କାଜୁଆଲିଟି ପାଇଁ ଜଗତସିଂହପୁର ଜିଲ୍ଲା ଦୁଗ୍ଧ ଉପାଦାନରେ ଏକ ନମ୍ବର ଜିଲ୍ଲା l ଏଣୁ ଗାଈ ଗୋରୁଙ୍କୁ ସମାନ ପ୍ରାଧାନ୍ୟ ଦିଆଯାଇଛି l ଜିଲ୍ଲାରେ ଆଜି ସୁଦ୍ଧା ୨୫ ଟି ଗାଁ ଜଳ ବନ୍ଧୀ ଥିବାବେଳେ ୧୭,୪୭୮ ଲୋକ ପ୍ରଭାବିତ ହୋଇଛନ୍ତି l ୧୫,୨୮୮ ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇଦିଆଯାଇଛି l ୧୭,୭୬୦ ଗୋରୁଗାଇ ଜଳ ଯୋଗୁ ପ୍ରଭାବିତ ହୋଇଛନ୍ତି l ୧୦,୨୭୬ ହେକ୍ଟର ଜମି ଜଳମଗ୍ନ ହୋଇଛି l ଉଦ୍ୟାନ କୃଷିର ପନିପରିବା ଚାଷ ୯୫ ହେକ୍ଟର କ୍ଷତି ହେଇଛି l

0
0
0
s2sdefault