( କୈଳାଶ ଚନ୍ଦ୍ର ଚୌଧୁରୀ ,ବ୍ରହ୍ମପୁର): ଦିଗପହଣ୍ଡି ଥାନା ଅନ୍ତର୍ଗତ ବି ତୁରୁବୁଡି ପଞ୍ଚାୟତ ଦସିପୁର ଗ୍ରାମର ବୁଲୁ ରେଡ଼ି ନାମକ ଜଣେ ବ୍ୟକ୍ତି କୁ ପୁଅ ଧନୁ ରେଡ଼ି ଅତର୍କିତ ଭାବେ କାତିରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଖବର ରୁ ଜଣାପଡିଛି ଯେ ଧନୁ ବାହାର ରାଜ୍ୟରେ କାମ କରୁଛି ଓ ବେଳେ ବେଳେ ଗାଁ କୁ ଆସି ମଦ ପିଇ ଘରେ ଗଣ୍ଡଗୋଳ କରିବା ସହ ନିଜ ସ୍ତ୍ରୀ, ବାପା ମା ସମସ୍ତଙ୍କୁ ମାରଧର କରି ମଦ ପିଇବା ପାଇଁ ଟଙ୍କା ମାଗେ। ନହେଲେ ଘରେ ଅଶାନ୍ତି ସୃଷ୍ଟି କରୁଛି।ଗତ ଶନିବାର ରାତିରେ ହଠାତ୍ ଘରକୁ ଆସି ମଦ ପିଇବା ପାଇଁ ବାପାକୁ ଟଙ୍କା ମାଗିଲା। ବାପା ମନା କରିବାରୁ ଉତ୍ୟକ୍ତ ହୋଇ ଆତର୍କିତ ଭାବେ ବାପାକୁ ମାରଣାସ୍ତ୍ର ରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପରିବାର ଲୋକେ ଗୁରୁତର ବୁଲୁକୁ ଚିକିତ୍ସା ପାଇଁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଧନୁକୁ ଗ୍ରାମରୁ କାବୁ କରିବା ସହ ରକ୍ତ ଭିଜା ଠେଙ୍ଗା ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ରାଜ୍ୟ
ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର, ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି।
- Hits: 10








