( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): : ଦିଗପହଣ୍ଡି ଥାନା ଅନ୍ତର୍ଗତ ଫାସିଗୁଡା ପଞ୍ଚାୟତ ଜଳମେରିପଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ପାଗଳ ଦନ୍ତା ହାତୀ ଆକ୍ରମଣରେ ଉର୍ମିଳା ରାଉତ ଓ ଗୋପୀନାଥ ପ୍ରଧାନ ନାମକ ଦୁଇ ଜଣଙ୍କ ମୃତ୍ୟୁ ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ ଉର୍ମିଳା ନିଜ ସ୍ବାମୀ ସିମାଞ୍ଚଳ ରାଉତ ସହ ପରିବା ବଗିଚାରେ କାମ କରୁଥିବା ବେଳେ ନିକଟସ୍ଥ ଘୋଡାହାଡ ନଦୀ ପଠାରୁ ଏକ ଦନ୍ତା ହାତୀ ଆସି ତାଙ୍କୁ ଟାଣି ନେଇ ଦଳି ଦେବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ନିକଟରେ ଥିବା ଗୋପୀନାଥ ପ୍ରଧାନ କୁ ଶୁଣ୍ଢରେ ଟେକି ଦୁଇ ଥର କଚାଡ଼ି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଚନ୍ଦ୍ରଗିରି ବନବିଭାଗ କର୍ମଚାରୀ ମାନେ ଆସି ହାତୀର ଅନୁସନ୍ଧାନ କରିବା ସହ ପୋଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ରାଜ୍ୟ
ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ
- Hits: 9








