ଭୁବନେଶ୍ୱର - ସଂପ୍ରତି ରାଜ୍ୟରେ ବନ୍ୟା ପରିସ୍ଥିତି ଉଗ୍ରରୂପ ଧାରଣ କରିଥିବା ବେଳେ ବହୁ ସ୍ଥାନରେ ନଦୀମାନଙ୍କରେ ଘାଇ ସୃଷ୍ଟି ହୋଇ ହଜାର ହଜାର ଜନସାଧାରଣ, ଗୃହପାଳିତ ପଶୁ ବିପନ୍ନ ଅବସ୍ଥାରେ ରହିଛନ୍ତି । ସେହିପରି ହଜାର ହଜାର ଏକର ଚାଷଜମି, ପନିପରିବା ଫସଲ କ୍ଷତିଗ୍ରସ୍ତ ହୋଇଛି । ଲୋକମାନେ ପାଣିଘେରରେ ଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ଦିଆଯାଇ ପାରି ନାହିଁ । ତେଣୁ ରାଜ୍ୟରେ ବନ୍ୟାଂଚଳର ସ୍ଥିତି ଅନୁଧ୍ୟାନ କରିବା ସହ ବନ୍ୟା କ୍ଷୟକ୍ଷତି ଆକଳନ କରିବାପାଇଁ କଂଗ୍ରେସ ସ୍ଥିତି ଅନୁଧ୍ୟାନକାରୀ ଦଳ ଅଗଷ୍ଟ ୨୧ ତାରିଖରୁ ବନ୍ୟାକ୍ଷତିଗ୍ରସ୍ତ ଜିଲ୍ଲା ଗ୍ରସ୍ତ କରିବେ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏଥିପାଇଁ ଗଠିତ ରାଜ୍ୟସ୍ତରୀୟ କମିଟିର ବୈଠକ ଶ୍ରୀ ପଂଚାନନ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ସ୍ଥିତି ଅନୁଧ୍ୟାନ କାରୀ ଦଳ ତିନୋଟି ଭାଗରେ ବିଭକ୍ତ ହୋଇ ବିଭିନ୍ନ ଅଂଚଳ ଗ୍ରସ୍ତ କରି ସ୍ଥିତି ଅନୁଧ୍ୟାନ କରି ୨୩ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ସଦସ୍ୟ ପୂର୍ବତନ ବିଧାୟକ, ଶ୍ରୀ ଚିନ୍ମୟ ପ୍ରସାଦ ବେଉରା, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବିଭୁତି ମିଶ୍ର, ଶ୍ରୀ ଅମୀୟ କୁମାର ପଟ୍ଟନାୟକ, ବିଧାୟକ ପ୍ରାର୍ଥୀ ଶ୍ରୀ ସନ୍ତୋଷ ନନ୍ଦ ଓ ଶ୍ରୀ ମନୋଜ ସାହୁ ଉପସ୍ଥିତ ଥିଲେ । ଏହି ବୈଠକରେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଭାବେ ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର ଯୋଗଦେଇଥିଲେ ।
ରାଜ୍ୟ
ଅଗଷ୍ଟ ୨୧ ରୁ ବନ୍ୟା ପ୍ରଭାବିତ ଅଂଚଳ ଗସ୍ତ କରିବ ପିସିସି କ୍ଷୟକ୍ଷତି ଆକଳନନକାରୀ ଦଳ
- Hits: 389