ଅସୁରେଶ୍ୱର ଗୋ-ରକ୍ଷଣୀ ସମିତିର ୭୯ ପ୍ରତିଷ୍ଠା ଦିବସ
ଅସୁରେଶ୍ୱର: ଗୋ-ସେବା , ଗୋ-ମଙ୍ଗଳ ଓ ଗୋ-ସୁରକ୍ଷାର ପ୍ରୟୋଗଶାଳା ପାଲଟିଛି ଅସୁରେଶ୍ୱର ଗୋରକ୍ଷଣୀ । ଦେଶ ସ୍ୱାୀନତା ପାଇବା ପୂର୍ବରୁ ୧୯୪୩ ମସିହା ପବିତ୍ର ଚିତାଲାଗି ଅମାବାସ୍ୟା ଦିନରେ ଜଣେ ହିନ୍ଦୁଧର୍ମୀ ସ୍ୱର୍ଗତ ଜଳଧର ନାୟକ ଓ ତାଙ୍କ ସହ ଜଣେ ଇସ୍ଲାମ ଧର୍ମୀ ସେକ୍ ଅପସର ଅଲ୍ଲୀଙ୍କ ମିଳିତ ଉଦ୍ୟମରେ ଗୋ-ସୁରକ୍ଷା ପାଇଁ ଏହି ମହତ ଅନୁଷ୍ଠାନଟି ପ୍ରତିଷ୍ଠା ହୋଇଥିଲା । ସମ୍ପ୍ରଦାୟ ଦୃଷ୍ଟିରୁ ଦୁଇ ବ୍ୟକ୍ତିଙ୍କ ଆଭିମୁଖ୍ୟ ଭିନ୍ନ ଓ ମତପାର୍ଥକ୍ୟ ହୋଇଥିଲେ ମଧ୍ୟ ଏକ ଅଦୃଶ୍ୟ ଶକ୍ତିର ନିର୍ଦ୍ଦେଶରେ ଦୁଇ ସାଥୀ ଜୀବଦୟାର ଏକ ଜ୍ୱଳନ୍ତ ନିଦର୍ଶନ ସୃଷ୍ଟି କରିଥିଲେ । ସମାଜକୁ ଉତମ ବାର୍ତାର ପ୍ରେରଣା ଦେବାକୁ ଯେଉଁ ଅନୁଷ୍ଠାନଟି ଗଢିଥିଲେ , ଆଜି ତାହା ମହାଦ୍ରୃମରେ ପରିଣତ ହୋଇଛି ବୋଲି ଅସୁରେଶ୍ୱର ଗୋ-ରକ୍ଷଣୀ ସମିତିର ୭୯ ପ୍ରତିଷ୍ଠା ଦିବସ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।
ଗତ କାଲି ଏହି ଗୋ-ରକ୍ଷଣୀ ସମିତିର ସଭାପତି ତଥା ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସମାଜସେବୀ ତଥା ସ୍ତମ୍ଭକାର ଡଃ ଅଭିରାମ ବିଶ୍ୱାଳ , ମୁଖ୍ୟ ଅତିଥି କେନ୍ଦ୍ରାପଡା ଉପଜିଲ୍ଲାପାଳ ନିରଞ୍ଜନ ବେହେରା ମୁଖ୍ୟବକ୍ତା , ବାଲିଅନ୍ତା ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷା କବିତା ପରିଡା , ସମାଜସେବୀ ଅଜୟ ନାୟକ , ନିଶ୍ଟନ୍ତକୋଇଲି ବ୍ଲକ୍ ଉପାଧ୍ୟକ୍ଷ ଅଶୋକ ଓଝା , ପୂର୍ବତନ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର ଏବଂ ପୁଣ୍ୟ ପ୍ରଦିପ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଠାରେ ବିଭିନ୍ନ ଅକର୍ମଣ୍ୟ ରୋଗୀଣା ଗାଇଗୋରୁଙ୍କୁ ରଖାଯାଇ ସେବା ଶୁଶ୍ରୁଷା କରାଯାଉଥିବାରୁ ଅନୁଷ୍ଠାନକୁ ସାଧୁବାଦ ଜଣାଇଥିଲେ । ସମିତିର ସଭ୍ୟ ଆର୍ତତ୍ରାଣ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଉପଲକ୍ଷେ ପ୍ରଭାତ ସମୟରୁ ଗୋ-ପୂଜନ , ଗୋ-ମହାତ୍ମୀୟ ପାଠ , ଗୀତା ପାଠ , ନାମ ସଂକୀର୍ତନ ଓ ଗୋ-ଚିକିତ୍ସା ଆଦି କାର୍ଯ୍ୟକ୍ରମ ସଦସ୍ୟମାନଙ୍କ ସହ ଯୋଗରେ ଆୟୋଜିତ ହୋଇଥିଲ।।