ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲାପାଳ ଶ୍ରୀମତି ସ୍ୱଧା ଦେଵ ସିଂ ମୁନିଗୁଡା ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି l ପ୍ରଥମେ ପlତ୍ରଗୁଡ଼ ଗ୍ରାମପଞ୍ଚାୟତ ଗସ୍ତ କରି ସେଠାରେ ନିର୍ମିତ ଅମୃତ ସରବର ପୋଖରୀ ପରିଦର୍ଶନ କରିଛନ୍ତି l ଏହାପରେ ଶିବପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ହାଟଦହିଖାଲ ଶିଶୁ ଉଦ୍ୟାନ ପରିଦର୍ଶନ କରିଥିଲେ ଓ ପରେ ଶିବପଦର ୫ଟି ଅଧିନସ୍ଥ ଉଚ୍ଚ ବିଦ୍ୟାଳୟ ଏବଂ ସେବାଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ଦୁରଖୁଲିମା ଗ୍ରାମ ଗସ୍ତ କରି ସେଠାରେ ଓଡିଶା ଜୀବିକା ମିଶନ କାର୍ଯ୍ୟକ୍ରମ ଓ ଅଙ୍ଗନ ୱlଡ଼ି କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ l ଦୁରଖୁଲିମାର ଗ୍ରାମବାସୀ ମାନେ ଏକ ଶୀତଳ ଭଣ୍ଡାର ସ୍ଥାପନ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଠାରେ ଦାବି କରିଥିଲେ l ଉପରେ ଆଲୋଚନା ବିଶେଷ କରି ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ପ୍ରଦାନ ଉପରେ ଅଙ୍ଗନ ୱlଡ଼ି କର୍ମୀଙ୍କ ସହ ଆଲୋଚନା କରିଥିଲେ l
ଶିବପଦର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଗସ୍ତ କରି ମିଶନ ଶକ୍ତି ଗୃହ ଅନୁଧ୍ୟାନ କରିବା ସହିତ ୩୦ ଜଣ ଚାଷୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ l ଏହାପରେ ସିରକାପଡି ଗ୍ରାମ ଗସ୍ତ କରି ଡିକେଡିଏ ଦ୍ୱାରା କରାଯାଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ଏବଂ ଡଙ୍ଗରିଆମାନଙ୍କୁ ସୌର ଲଣ୍ଠନ ଓ ପରିଚୟ ପତ୍ର ପ୍ରଦାନ କରିଥିଲେ l ଜିଲ୍ଲାପାଳଙ୍କ ଗସ୍ତ ସମୟରେ ପିଏ ଆଇଟିଡିଏ, ଗୁଣପୁର ଲୋକନାଥ ଦଲାବେହେରା, ମୁନିଗୁଡା ବି.ଡି.ଓ ଦିଲ୍ଲୀପ କୁମାର ବେହେରା, ଅନ୍ୟାନ୍ୟ ଅଧିକାରୀମାନେ ଓ ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।