ନୟାଗଡ଼ (ବିଶ୍ଵଜିତ ନାୟକ) - ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ସିଜ୍ ଗାଡିକୁ ଛାଡି ଦେବାପାଇଁ ପୋଲିସ ବାବୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରିଥିଲା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଲାଞ୍ଚ ଧରିବା କ୍ଷଣି ମାଡି ବସିଥିଲେ ନୟାଗଡ଼ ଭିଜିଲାନ୍ସ । ଭିଜିଲାନ୍ସ ଦ୍ବାରା ଧାରା ପଡିଥିବା ବ୍ୟକ୍ତି ଜଣକ ହେଲେ କଣ୍ଟିଲୋ ଫାଣ୍ଡି ଅଧିକାରୀ ଏସ.ଆଇ ପ୍ରଫୁଲ୍ଲ କୁମାର ଦେଓ । ସୂଚନାଅନୁଯାଇ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ କଣ୍ଟିଲୋ ଫାଣ୍ଡିରେ ଦୁର୍ଘଟଣାକୁ ନେଇ ୧୯୫/୨୦୨୧ରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ଦୁର୍ଘଟଣାରେ ଏକ ଗାଡ଼ି ମଧ୍ୟ ସିଜ୍ ହୋଇ ପଡିଥିଲା । ତେବେ ଉକ୍ତ ଗାଡିକୁ ମୁକୁଳାଇବା ପାଇଁ ଫତେଗଡ ଥାନା ଅଞ୍ଚଳ ପଥରଚକଡା ଗ୍ରାମର ବୁଲୁ ବାରିକ ଫାଣ୍ଡି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ହେଲେ ଲାଞ୍ଚୁଆ ଫାଣ୍ଡି ଅଧିକାରୀ ନିଜ ଲୋଭ ସମ୍ଭାଳି ନପାରି ୧୦ ହଜାର ଟଙ୍କା ଦାବି କରିଥିଲେ । ତେବେ ଏନେଇ ବୁଲୁ ବାରମ୍ବାର ନିରାଶ ହେବା ପରେ ଭିଜିଲାନ୍ସଙ୍କ ଦ୍ବାରସ୍ଥ ହୋଇଥିଲେ । ଭିଜିଲାନ୍ସ ଟିମ୍ ପାରିପାର୍ଶ୍ବିକ ସ୍ଥିତି ପରଖିବା ପରେ ଆଜି ଛକି ରହିଥିଲା । ଏବଂ ବୁଲୁ ବାରିକ ୧୦ହଜାର ଟଙ୍କା ଫାଣ୍ଡି ଅଧିକାରୀ ଶ୍ରୀ ଦେଓଙ୍କୁ ଦେଲା ବେଳେ ମାଡି ବସିଥିଲେ ନୟାଗଡ଼ ଓ ଭୁବନେଶ୍ଵର ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ଟିମ୍ ୧୦ଟଙ୍କା ଜବତ କରିବା ସହ ଫାଣ୍ଡି ଅଧିକାରୀଙ୍କ ପୈତୃକ ଘର ବୋଲଗଡ଼ ଥାନା ସଂପୁର ଗ୍ରାମରେ ଚଢ଼ାଉ ଜାରି ରଖିଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି ।
ରାଜ୍ୟ
ଭିଜିଲାନ୍ସ ଜାଲରେ ପୋଲିସ ବାବୁ
- Hits: 433