ହେଡଲାଇନସ୍:

ଯୁକ୍ତ୨ ବିଜ୍ଞାନ ରେ ଅଞ୍ଚଳ ପାଇଁ ଗୌରବ ଆଣିଲେ ସଞ୍ଜିବନୀ ନାୟକ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହାଟଡିହି / ମକରଧ୍ବଜ ଜେନା : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଲେଜ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି।ବିଜ୍ଞାନ ରେ ପାସ୍ ହାର ୯୪.୧୨% ପରୀକ୍ଷାର୍ଥୀ କୃତକାଯ୍ର୍ୟ ହୋଇଥିବା ବେଳେ କେଉଁଝର ଜିଲ୍ଲା ହାଟଡିହିବ୍ଲକର ଡଅଁର ଗ୍ରାମର ପ୍ରବୀର କୁମାର ନାୟକ ଙ୍କ ସାନ ଝିଅ ସଞ୍ଜିବନୀ ନାୟକ ଯୁକ୍ତ୨ ବିଜ୍ଞାନ ରେ ୯୩%(୫୫୮) ମାର୍କ ରଖି ଏ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି।ସେ ଶକ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଟକ ରେ ପଢୁଥିବା ବେଳେ ତାଙ୍କର ପିତା ପ୍ରବିର କୁମାର ନାୟକ ଗଣିତ ଟିୟୁସନ୍ ଶିକ୍ଷକ ଓ ମାତା ବିଷ୍ଣୁପ୍ରିୟା ନାୟକ ଗୃହିଣୀ ଅଟନ୍ତି। ସେ ଗତ ୨୦୨୦ ମ୍ୟାଟ୍ରିକ୍ ରେ ୯୦% ରଖି ହାଟଡିହି ବ୍ଲକ ର ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲେ। ଏ ସଫଳତା ପଛରେ ସେ ତାଙ୍କର ପିତା ମାତା ଓ ଶକ୍ତି କଲେଜର ସମସ୍ତ ଅଧ୍ୟକ୍ଷ୍ୟ ,ଅଧ୍ୟାପକ, ଅଧ୍ୟାପିକା ଙ୍କୁ ଶ୍ରେୟ ସହିତ ଅକ୍ଳାନ୍ତ ପରିଶ୍ରମ ହିଁ ବିଦ୍ୟାର୍ଥୀ ଙ୍କ ସଫଳତାର ମାପକାଠି ଓ ଆଗାମୀ ଦିନରେ ଡାକ୍ତର ହେବା ଲକ୍ଷ୍ୟରଖିଛନ୍ତି ବୋଲି ମତପ୍ରକାଶ କରିଛନ୍ତ।

0
0
0
s2sdefault