ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଗଙ୍ଗାଧର ମେହେର ଲିଫ୍ଟ କେନାଲ ସିଷ୍ଟମ , ଖର୍ଚ୍ଚ ହେବ ୧୨୫୦କୋଟି, ଜଳସେଚିତ ହେବ ୩୨ହଜାର ହେକ୍ଟର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱରରୁ ମାନସୀ ମିଶ୍ର : ୧୨୫୦ କୋଟି ଟଙ୍କା ବ୍ୟୟରେ ବିଜେପୁର ଲିଫ୍ଟ କେନାଲ ସିଷ୍ଟମକୁ କାର୍ଯ୍ୟକାରୀ କରିବା ପାଇଁ ମୁଖୃମନ୍ତ୍ରୀ ନନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି  । ଏହୀ ପ୍ରକଳ୍ପ କାର୍ଯର୍୍ୟକ୍ଷମ  ହେଲେ ୩୨୦୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ହୋଇପାରିବ  । ଏହି ପ୍ରକଳ୍ପ ବରଗଡ ମେନ କେନାଲରରୁ ଅଣ୍ଡରଗ୍ରାଉଣ୍ଡ ପାଇପଲାଇନମାଧ୍ୟମରେ ଜଳପମ୍ପ କରାଯିବ  । ୧୮ କିମି ଦୀର୍ଘ ଏହି ପ୍ରକଳ୍ପ ପାଇପଲାଇନ କାର୍ଯ୍ୟ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହେବ ଓ ଦେଶର ଏକ ମଡେଲ ଭାବେ ଉଭା ହେବ  । ଜଳସେଚନବ୍ୟବସ୍ଥାର ଉନ୍ନତିକରଣ ପାଇଁ  ମରୁଡି ପ୍ରପୀଡିତ ବରଗଡ ଜିଲ୍ଲାବାସୀଙ୍କ ପକ୍ଷରୁ ହୋଇଆସୁଥିବାମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି  ।  ଜଳସେଚନକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକ ଉଦ୍ୟମ ଚାଲିଥିବା ବେଳେ ୨୦୧୯ ସୁଦ୍ଧା ଅତିରିକ୍ତ ୧୦ଲକ୍ଷ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ଯୋଗାଇଦେବା ଦେବା ଦିଗରେ ଏହା ଏକ ବଳିଷ୍ଟ ପଦକ୍ଷେପ ବୋଲି କୁହାଯାଇଛି  । ମୁଖ୍ୟମନ୍ତ୍ରୀ କେନାଲ ସିଷ୍ଟମର ନାମ ଏ ଜାତିର ଅନ୍ୟତମ ବରପୂତ୍ର ଗଙ୍ଗାଧର ମେହେରଙ୍କ ନାମରେ ନାମିତ କରାଗଲା ବୋଲି ଘୋଷଣା କରିଛନ୍ତି  । 

0
0
0
s2sdefault