ହେଡଲାଇନସ୍:

‘ଫେମ୍ ଇଣ୍ଡିଆ’ ସର୍ଭେ, ଦେଶର ଶ୍ରେଷ୍ଠ ୨୫ ସାଂସଦଙ୍କ ଭିତରେ ରବୀନ୍ଦ୍ର, ସଫଳତା ପାଇଁ  ବାଲେଶ୍ୱର ସାଂସଦଙ୍କୁ ଜିଲ୍ଲାରେ ଭବ୍ୟ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ବାଲେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ‘ଆଉଟ ଲୁକ୍’ପତ୍ରିକା ସମ୍ମାନିତ କରିବା ପରେ ଯେଉଁଭଳି ସମଗ୍ର ରାଜ୍ୟରେ ସମ୍ବର୍ଦ୍ଧନାର ବାତାବରଣ ସୃଷ୍ଟି ହୋଇଥିଲା ଅନୁରୂପ ଭାବେ‘ଫେମ୍ ଇଣ୍ଡିଆ’ ପତ୍ରିକାର ସର୍ଭେ ଅନୁସାରେ ଦେଶର ୨୫ ଜଣ ଶ୍ରେଷ୍ଠ  ସାଂସଦଙ୍କ ମଧ୍ୟରେ ରବୀନ୍ଦ୍ର କୁମାର ଜେନାଙ୍କ ନାମ ଆସିବା ପରେ ବାଲେଶ୍ୱରରେ ଆରମ୍ଭ ହୋଇଛି ସମ୍ବର୍ଦ୍ଧନାର ମାହଲ । ବାଲେଶ୍ୱର ଜିଲ୍ଲା ସମେତ ସମଗ୍ର ଲୋକସଭା ନିର୍ବାଚନମଣ୍ଡଳୀ ହୋଇ ଉଠିଛି ଉତ୍ସବମୁଖର । ଏହି ପରିପ୍ରେକ୍ଷୀରେ ଜିଲ୍ଲା ବିଜେଡି ପକ୍ଷରୁ ସହରର ହରିପ୍ଲାଜାଠାରେ ଏକ ସମ୍ବର୍ଦ୍ଧନା ଉସôବ ଆଜି ଆୟୋଜିତ ହୋଇଯାଇଛି । ବ୍ରିଟ୍ ଅଧ୍ୟକ୍ଷ ଗୌରୀ କୁମାର ରାଉତ ଏଥିରେ ସଭାପତିତ୍ୱ କରିଥିଲେ । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏଥିରେ ଯୋଗଦେଇ ସାଂସଦ ଶ୍ରୀ ଜେନାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ନିର୍ବାଚିତ ଲୋକପ୍ରତିନିଧି ଭାବେ ଭଲ କାର୍ଯ୍ୟକରି ପ୍ରଥମଥର ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିବା ବାଲେଶ୍ୱରର ସାଂସଦ ଶ୍ରୀ ଜେନା ଜିଲ୍ଲା ସମେତ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ବୋଲି ସେ କହିଥିଲେ । ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ସୋର ବିଧାୟକ ପର୍ଶୁରାମ ଧଡ଼ା, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ପୌରପାଳ ଆଲୋକ କୁମାର ସାହୁ, ଉପାଧ୍ୟକ୍ଷା  ରଶ୍ମିରେଖା ଦେବ ପ୍ରମୁଖ ଏଥିରେ ଯୋଗଦେଇ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ଜିଲ୍ଲାରେ ସୁଦୃଢ଼ ରାଜନୈତିକ ସ୍ଥିତି ସୃଷ୍ଟିରେ ଏହି ସଫଳତା କର୍ମୀ ଓ ସମର୍ଥକଙ୍କୁ ନିଶ୍ଚିତ ଉସôାହିତ କରିବ ବୋଲି ସେ ଆଶା ପୋଷଣ କରିଥଲେ ।  ନିଜର କାର୍ଯ୍ୟଧାରା ଓ ଜନସବୋ ପାଇଁ ଶ୍ରୀ ଜେନା ବାଲେଶ୍ୱରବାସୀଙ୍କ ହୃଦୟ ଜିଣି ପାରିଛନ୍ତି ବୋଲି ଲୋକପ୍ରତିନିଧିମାନେ ମତ ପ୍ରକାଶ କରିଥିଲେ । ସମ୍ବର୍ଦ୍ଧିତ ଅବସରରେ ସାଂସଦ ଶ୍ରୀ ଜେନା ସନ୍ତୋଷ ପ୍ରକାଶ କରିବା ସହିତ ଏହି ସଫଳତାର ଶ୍ରେୟ ଜନସାଧାରଣଙ୍କୁ ଦେଇଥିଲେ । ସାଧାରଣ ଜନତାଙ୍କ ସହଯୋଗରୁ ହିଁ ସେ ଏହି ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ଅନ୍ୟପକ୍ଷରେ ରାଜନୀତିକୁ ପ୍ରବେଶ ଓ ଲୋକସେବାର ସୁଯୋଗ ଦେଇଥିବା ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ସେ କୃତଜ୍ଞତା ଜଣାଇଥିଲେ ।ଏହି ଅବସରରେ ବଜେଡିର ବ୍ଲକସ୍ତରୀୟ କମିଟି ସମେତ ବିଭିନ୍ନ ସାମାଜିକ ଅନୁଷ୍ଠାନ  ଓ ଗଣ ସଂଗଠନ ପକ୍ଷରୁ ମଧ୍ୟ ସାଂସଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭୂବନାନନ୍ଦ ଦାସ,  ମନୋଜ ରାଉତ, ଆଶିଷ ଘୋଷ, ଯୁବ ସଂଗଠକ ରଘୁନାଥ ଲେଙ୍କା, ଧୀରେନ୍ ନାୟକ, ସ୍ୱରୂପ ଦାସ, ଶୁଭେନ୍ଦୁ ମଙ୍ଗରାଜ, ସତ୍ୟରଂଜନ ଦାସ ପ୍ରମୁଖ ଉପସ୍ଥିତ ରହି ଏହି ସମ୍ବର୍ଦ୍ଧନା ପର୍ବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।  

ସୂଚନାଯୋଗ୍ୟ ଯେ ଲୋକସଭାକୁ ଓଡିଶାରୁ ୨୧ ସାଂସଦ ନିର୍ବାଚିତ ହୋଇ ଯାଇଥିବା ବେଳେ ୨୦ ବିଜେଡି ସାଂସଦଙ୍କ ମଧ୍ୟରୁ ପ୍ରଥମଥର ପାଇଁ ନିର୍ବାଚିତ ହୋଇଥିବା ସାଂସଦଙ୍କ ଭିତରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କ ପରଫରମନ୍ସ ଅଭିଜ୍ଞ ରାଜନେତା ତଥା ପୁରୁଣା ସାଂସଦଙ୍କ ତୁଳନାରେ ଯଥେଷ୍ଟ ସନ୍ତୋଷଜନକ ରହିଛି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା ।  ସେ ଲୋକସଭାରେ ଉପସ୍ଥାନରେ ୧ ନମ୍ବର, ବିତର୍କରେ ଭାଗ ନେବାରେ ବି ୧ ନମ୍ବର ଓ ରାଜ୍ୟ ତଥା ନିର୍ବାଚନ ମଣ୍ଡଳୀ ସମ୍ପର୍କିତ ପ୍ରଶ୍ନ ପଚାରିବାରେ ବି ସେ ସେମିତି କିଛି ପଛରେ ନାହାନ୍ତି  ।  ମୋଟାମୋଟି ଭାବେ ଲୋକସଭାରେ ଶ୍ରୀ ଜେନାଙ୍କ ସମେତ  କେନ୍ଦ୍ରାପଡ଼ା ସାଂସଦ ଟୁଇଟ ମାଷ୍ଟର ବୈଜୟନ୍ତ ଜୟ ପଣ୍ଡା, କଟକ ସାଂସଦ ଭର୍ତ୍ତୃହରୀ ମହତାବ, ଓ ସମ୍ବଲପୁର ସାଂସଦ ନଗେନ୍ଦ୍ର କୁମାର ପ୍ରଧାନଙ୍କ ସଂସଦୀୟ ପ୍ରଦର୍ଶନ  ଭଲ ରହିଛି । ଲୋକସଭାରେ ବୈଜୟନ୍ତଙ୍କ ଉପସ୍ଥାନ ୮୧ % ରହିଥିବା ବେଳେ, ଥିବାବେଳେ ଭର୍ତ୍ତୃହରୀଙ୍କ ଉପସ୍ଥାନ ୯୩% , ରବୀନ୍ଦ୍ରଙ୍କ ଉପସ୍ଥାନ ୯୬% ଓ ନଗେନ୍ଦ୍ରଙ୍କ ଉପସ୍ଥାନ ୯୩% ରହିଛି । ବିଜେଡିର ଏହି ୪ ସାଂସଦ ଲୋକସଭାରେ ସର୍ବାଧିକ ପ୍ରଶ୍ନ ପଚାରିଛନ୍ତି । ବୈଜୟନ୍ତ ୪୧୬ଟି, ଭର୍ତ୍ତୃହରୀ ୪୨୫ଟି, ରବୀନ୍ଦ୍ର ୪୧୦ଟି ଓ ନଗେନ୍ଦ୍ର ସର୍ବାଧିକ ୫୦୧ଟି ପ୍ରଶ୍ନ ଉଥାପିତ କରିଥିବା ବେଳେ  ଯଥାକ୍ରମେ ୧୮ଟି, ୨୦୪ଟି, ୨୪୮ଟି ଓ ୪୧ଟି ବିତର୍କରେ ଭାଗନେଇଛନ୍ତି ।  ଏହିପରି ଭାବେ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ଉପସ୍ଥାନ ୮୩% ରହିଥିବାବେଳେ ସେ କୌଣସି ବିତର୍କରେ ଭାଗ ନେଇନାହାନ୍ତି । ସାଂସଦ ଶ୍ରୀ ସେଠୀ ୩୨ଟି ପ୍ରଶ୍ନ ପଚାରିଛନ୍ତି । କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓଙ୍କ ଉପସ୍ଥାନ ୮୮% ରହିଥିବାବେଳେ ସେ ୨୩ଟି ବିତର୍କରେ ଭାଗନେଇଛନ୍ତି ଓ ୯୪ଟି ପ୍ରଶ୍ନ କରିଛନ୍ତି ।  ନବରଂଗପୁର ସାଂସଦ ବଳଭଦ୍ର ମାଝୀଙ୍କ ଉପସ୍ଥାନ ୮୭% ଥିବାବେଳେ ସେ ୬୭ଟି ବିତର୍କରେ ଭାଗନେଇଛନ୍ତି ଓ ୧୩୪ଟି ପ୍ରଶ୍ନ କରିଛନ୍ତି ।

0
0
0
s2sdefault