ହେଡଲାଇନସ୍:

ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ କର୍ମଚାରୀ ଦ୍ୱାରା ନିଆଁ ଲଗା ଘଟଣା: ଘଣ୍ଟ ଘୋଡାଇବାକୁ ଅଭିଯୁକ୍ତ ଙ୍କୁ ଅନ୍ୟତ୍ର ବଦଳି ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 
  • କାନ୍ଥବାଡ଼ରେ ଲେଖାଯାଉଛି ଜଙ୍ଗଲ ରେ ନିଆଁ ଲଗାଇବା ଏକ ଧର୍ତ୍ତବ୍ୟ ଅପରାଧ

  • କିନ୍ତୁ ବନ ବିଭାଗ କର୍ମଚାରୀଙ୍କ ଜାଣତରେ ଜଙ୍ଗଲ ଧ୍ୱଂସ କରିଲେ ସବୁ କ୍ଷମା 

କାଶୀପୁର/ ବୈକୁଣ୍ଠ ଦୁରିଆ ; ରାୟଗଡା ଜିଲ୍ଲା ବନ ବିଭାଗ ଅନ୍ତର୍ଗତ କାଶୀପୁର ବନାଞ୍ଚଳରେ ସରକାର ଙ୍କର ଗାଇଡ଼ ଲାଇନକୁ ଫୁ । ସିପିଯୋଡି ସଂରକ୍ଷିତ ଜଙ୍ଗଲ ର ପ୍ରାକୃତିକ ବଂଚିତ କିଛ ଶାଗୁଆନ ଗଛ ଥିବା ସ୍ଥାନ ର ୭୫ ହେକ୍ଟୋର ଡଙ୍ଗର ରେ ୨୦୧୯-୨୦ ମସିହାରେ ନୂତନ ବନୀକରଣ କରାଯାଇଥିଲା ପୁଣି ୩ ବର୍ଷ ର ରକ୍ଷଣ ବେକ୍ଷଣ ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ବ୍ୟବ କରାଯାଇଥିଲା। କିନ୍ତୁ ୩ ବର୍ଷ ପରେ ଅର୍ଥାତ ଚଳିତ ବର୍ଷ ମେ ମାସ ରେ ପୁନର୍ବାର ସେଠାରେ ଥିବା ପ୍ରାୟ ୨୫ ହେକ୍ଟୋର କରଞ୍ଜ, କମଳା , ବାଉଁଶ, ଶାଗୁଆନ ହରିଡା, ଅଁଳା ଭଳି ମିଶ୍ରିତ ଜଙ୍ଗଲ କୁ ଉଦେଶ୍ୟ ମୂଳକ ଭାବେ ନିଆଁ ଲଗାଇ ଧ୍ୱଂସ କରାଯାଇଛି । ଏହିକାମ କୁ କାଶୀପୁର କାର୍ଯ୍ୟରତ ଜଣେ କାର୍ଯ୍ୟରତ ଫରେଷ୍ଟେର ଓ ଅନ୍ୟ ଜଣେ ମହିଳା ଫରେଷ୍ଟଗାର୍ଡ ଙ୍କର ନିର୍ଦ୍ଦେଶ ରେ ସିପିଯୋଡି, କୁମ୍ଭାରସିଲା ଓ ମହଜାଲ ଓ ଝିରିଗାଁ ଲୋକେ ନିଆଁ ଲଗାଇଛନ୍ତି ।
ଉକ୍ତ ଘଟଣା କୁ ନେଇ ବିଭିନ୍ନ ଖବରକାଗଜ ରେ ପ୍ରକାଶିତ ପରେ ଘଟଣା କୁ ଚପେଇବାକୁ ବନ ବିଭାଗ ପକ୍ଷରୁ ତରବରିଆ ଭାବେ ସେହି ଦୁଇ ବନ କର୍ମଚାରୀ ଙ୍କୁ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠା ବଦଳ ରେ ପରିସ୍ଥିତ ଆୟତ୍ତ କରିବା ପାଇଁ ଉଭୟ ଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଖବର ଏବେ ଜଣାପଡିଛି । ନିଆଁ ଲଗା ଘଟଣା ର ତଦନ୍ତ ପ୍ରକୃତ ସ୍ଥିତି କଣ ରହିଛି ପଚାରିବାରୁ କାଶୀପୁର ରେଞ୍ଜର ସନ୍ଦୀପ ପୃଷ୍ଟି ପ୍ରଥମେ ତଃ ନିଆଁ ଲଗା ଘଟଣା ରେ ଆମର କର୍ମଚାରୀ ଙ୍କର ସମ୍ପୃକ୍ତି ନାହିଁ ବୋଲି ସ୍ପଷ୍ଟ ଭାବେ ଅସତ୍ୟ ପ୍ରକାଶ କରିଥିବାବେଳେ ଘଟଣା ରେ ସ୍ଥାନୀୟ କାହାପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିବା ପ୍ରଶ୍ନ ରେ ଘଟଣା କୁ ମାସେ ପୁରାଣ ହେଇଯାଇଥିବା ପରେ ବି ଯାଞ୍ଚ ଚାଲିଥିବା କହି କଥା କୁ ଏଡାଇବାକୁ ଚେଷ୍ଟା କରିଥିଲେ । ଏସଂକ୍ରାନ୍ତ ରେ ପୁନର୍ବାର ଘଟଣା କୁ ସ୍ଥିତି ଅନୁଧ୍ୟାନ ପାଇଁ କାଶୀପୁର ସାମ୍ବାଦିକ ଙ୍କର ଏକ ଟିମ ଘଟଣା ସ୍ଥଳରେ ଆଜି ପହଞ୍ଚିଥିଲେ । କିନ୍ତୁ ପହଁଚିବା ପରେ ପ୍ରକୃତ କଥା ପଦାକୁ ଆସିଥିବା ବେଳେ ବର୍ତ୍ତମାନ ଜାପାନ ସରକାର ଙ୍କର ଆର୍ଥିକ ସହାୟତା ରେ ଦ୍ଵିତୀୟ ଥର ପାଇଁ ନୂତନ ବନୀକରଣ ନିମନ୍ତେ ସେଥିରେ ଥିବା ପୂର୍ବ ଜଙ୍ଗଲ କୁ ବିଭାଗ ଦ୍ଵାରା ନିଆଁ ରେ ଧ୍ୱଂସ କରାଯାଇଥିଲା । ବର୍ତ୍ତମାନ ପୁଣି ସେଠାରେ ବନ ବିଭାଗ ପକ୍ଷରୁ ପିପିଯୋଡ଼ି ଓ କାଶୀପୁର ଗୌଡ଼ସାହି ର ଶତାଧିକ ମହିଳା ଓ ପୁରୁଷ ଙ୍କୁ ନିୟୋଜିତ କରି ବୃକ୍ଷରୋପଣ ନିମନ୍ତେ ସମସ୍ତ ପ୍ରକ୍ରିୟା ଆରମ୍ବ କରାଯାଉଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି କି ଘଟଣା ଉପରେ କାଶୀପୁର ରେଞ୍ଜେର ସନ୍ଦୀପ ପୃଷ୍ଟି ଙ୍କର ସଂଜ୍ଞାନ ରେ ହିଁ ପୁନର୍ବାର ନୂତନ ବନୀକରଣ ଯୋଜନା ନିମନ୍ତେ ଜଙ୍ଗଲ କୁ ନିଆଁ ଲଗାଇ ଧ୍ୱଂସ କରାଯାଇଥିଲା ।
ପ୍ରକାଶ ଥାଉକି ଚଳିତ ଦିନ ମାନଙ୍କରେ ନୂତନ ଜଙ୍ଗଲ ସୃଷ୍ଟି ନିମନ୍ତେ ବିଭାଗ ପକ୍ଷରୁ ଚାରା ରୋପଣ ପାଇଁ ବନ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ଆରମ୍ଭ ହେଇଯାଇଛି । ଏହି ପେରିପେକ୍ଷିରେ ବିଭାଗ ର କିଛି ଅଧିକାରୀ ବିଭିନ୍ନ ଉପାୟ ଅବଲମ୍ବନ କରି ଗୋଟିଏ କାମ କୁ ବିଭିନ୍ନ ଯୋଜନା ଦେଖାଇ ଏକାଧିକ ଥର ଟଙ୍କା ହଡପ କରୁଥିବା ମଧ୍ୟ ଅଭିଯୋଗ ହେଉଥିବା ପୂର୍ବରୁ ପ୍ରମାଣିତ ହେଇଛି ।
ହେଲେ ସରକାର ଜଙ୍ଗଲ ଓ ଜଙ୍ଗଲୀ ଜନ୍ତୁ ଙ୍କୁ ସୁରକ୍ଷା ଓ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗ ଦ୍ଵାରା କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରାଉଛି ।
କିନ୍ତୁ ବିଭାଗ ର ଆନ୍ତରିକତା ଆଭାଵ ହେତୁ ଏକଦା କାଶୀପୁର ରେ ଥିବା ଘଞ୍ଚ ଜଙ୍ଗଲ ବର୍ତ୍ତମାନ କାଗଜ କଲମ ରେ ହିଁ ସୀମିତ ରହିଛି ନା ଜଙ୍ଗଲ ରହିଛି ନା ଜୀବଜନ୍ତୁ ରହିଛନ୍ତି । ଲକ୍ଷ ଲକ୍ଷ ଟଙ୍କାର ଦରମା ନେଇ "ବାଡ଼ ଫସଲ ଖାଇବା'' ଭଳି ବନବିଭାଗ କର୍ମଚାରୀ ବର୍ତ୍ତମାନ ଦୃଷ୍ଟାନ୍ତ ସାଜିଛନ୍ତି । ଏଦିଗରେ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କାର ଜଙ୍ଗଲ କୁ ନିଆଁ ଲଗେଇ ବା ଧର୍ତବ୍ୟ ଅପରାଧ ବୋଲି କାଁଥ , ବାଡ଼ ରେ ଆକ୍ଷରିକ ସଚେତନ କରାଯାଉଛି । କିନ୍ତୁ ନିଜର କର୍ମଚାରୀ ଙ୍କୁ ଘଣ୍ଟ ଘଡେଇ ବାକୁ କାର୍ଯ୍ୟନୁଷ୍ଠାନ ବଦଳ ରେ ଅଭିଯୁକ୍ତ ମୋଟା ରକମ ଅର୍ଥ ନେଇ ବିଭାଗ ପକ୍ଷରୁ ଅନ୍ୟତ୍ର ବଦଳି କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଏଭଳି ସଙ୍ଗୀନ ଅପରାଧ ପାଇଁ ଏକ ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତ ସହ ବ୍ୟବହାରିକ ମୂଳକ ଧର୍ତବ୍ୟ ଦଣ୍ଡ ଦେବାକୁ ବୁଦ୍ଧିଜୀବି ମହଲ ରେ ଦାବି ହେଉଛି ।

0
0
0
s2sdefault