ରାୟଗଡ /ସରୋଜ ସାହୁ : ଅଲ ଓଡିଶା ଇପିଏଫ ପେନସନର୍ସ ସଂଘର ରାୟଗଡ ଜିଲ୍ଲା ଶାଖା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସଂଘର ସମସ୍ତ କର୍ମକର୍ତା ଓ ସଦସ୍ୟ ମାନେ ରାୟଗଡ ମୂଖ୍ୟ ଡାକଘର ସମ୍ମୁଖରେ ଏକତ୍ରୀତ ହୋଇ ବିଭିନ୍ନ ଦାବୀ ଲିଖିତ ୪୮୦ ଖଣ୍ଡ ପୋଷ୍ଟ କାର୍ଡ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଥିଲେ । ଲିଖିତ ଦାବୀ ଗୁଡିକ ମଧ୍ୟରେ ଇପିଏଫ ପେନସନ ଭୋଗିଙ୍କୁ ସର୍ବନିମ୍ନ ୯ ହଜାର ଟଙ୍କା ପେନସନ ସହ ମହଙ୍ଗାଭତା ପ୍ରଦାନ, ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବର୍ଦ୍ଧିତ ପେନସନ ସହିତ ବରିଷ୍ଠ ନାଗରିକ ମାନଙ୍କୁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରି ନିଃଶୁଳ୍କ ଚିକିତ୍ସା ସେବା ଯୋଗାଇ ଦେବା, ଆଦି ଦାବୀ ଗୁଡିକୁ ପୋଷ୍ଟ କାର୍ଡରେ ଉଲ୍ଲେଖ କରି ପ୍ରଦାନ କରିଥିଲେ । ଉକ୍ତ ଦାବୀ ଗୁଡିକ ପୂରଣ ନ ହେବା ପର୍ଯ୍ୟନ୍ତ ଏହିଭଳି କାର୍ଯ୍ୟକ୍ରମ ମାନ ଚାଲୁ ରହିବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ । ଏହି ଚିଠି ପ୍ରଦାନ ସମୟରେ ରାୟଗଡ ଜିଲ୍ଲା ସଂଘର ସମ୍ପାଦକ ଶ୍ରୀ ଜଗଦୀଶ ତୁଳ, କୋଷାଧ୍ୟକ୍ଷ ଶ୍ରୀ ବିଜୟ ମହାନ୍ତି, ସଭ୍ୟ ଦିଲେଶ୍ୱର ରାଓ, ବି. ଜଗନ୍ନାଥ ଓ ଗୋପାଳ ବ୍ରହ୍ମା ପ୍ରମୂଖ ଉପସ୍ଥିତ ଥିଲେ ।