ବିଭିନ୍ନ ୧୩୨ ଅଭିଯୋଗ ଦରଖାସ୍ତ ଗ୍ରହଣ , ତୁରନ୍ତ ସମାଧାନ ହେଲା ୮୭ ଅଭିଯୋଗ
ସୁବର୍ଣ୍ଣପୁର (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବିନିକା ବ୍ଲକ ସଭାଗୃହ ଠାରେ ସୋମବାରଦିନ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୧୩୨ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୧୩0 ଗୋଟି, ସାମୁହିକ ଦରଖାସ୍ତ ୨ ଗୋଟି ରହିଥିବା ସୂଚନା ପ୍ରଦାନ କରାଯାଇଛି l ଗ୍ରହଣ କରାଯାଇଥିବା ୧୩୨ ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ୮୭ ଗୋଟି ଅଭିଯୋଗ ଦରଖାସ୍ତ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୪୫ ଟି ଅଭିଯୋଗ ଦରଖାସ୍ତ କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ତୁରନ୍ତ ସମାଧାନ ନିମନ୍ତେ ପ୍ରେରଣ କରାଯାଇଛି l ଗୋଷ୍ଠୀ ଉନ୍ନୟନ ଅଧିକାରୀ,ବିନିକା ବ୍ୟାସଦେବ ବେହେରା ଙ୍କ ତତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ, ସୋନପୁର ନିହାର ରଞ୍ଜନ କଁହର, ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଇଂ. ବିଭୂପ୍ରସାଦ ପଣ୍ଡା, ବିନିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଦୀପ୍ତିରେଖା ନନ୍ଦ, ବ୍ଲକ ଉପାଧ୍ୟକ୍ଷ ଶ୍ରୀ ନିର୍ମଳ ସାଣ୍ଢ,ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲଦାର, ବ୍ଲକ ସ୍ତରୀୟ କର୍ମଚାରୀ, ପ୍ରମୁଖ ଯୋଗଦାନ କରିଥିଲେ l ଆସନ୍ତା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆସନ୍ତା ତା: ୨୦/୦୬/୨୨ ସୋମବାର ଦିନ ଜିଲ୍ଲାର ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବା ନିମନ୍ତେ ପ୍ରଶାସନ ତରଫରୁ ସୂଚୀତ କରାଯାଇଛି l