ହେଡଲାଇନସ୍:

ଖଣି ଅଂଚଳ ରେ ଶିକ୍ଷା ପ୍ରତି ଅଣଦେଖା l 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 à¬–ଣି ଅଂଚଳ ରେ ଶିକ୍ଷା ପ୍ରତି ଅଣଦେଖା l 

ଖଣି ଖାଦାନରେ ପରିପୂର୍ଣ ଏହି ଖଣି ଅଂଚଳ ଶିକ୍ଷା ପ୍ରତି କେତେ ଅବହେଳିତ ତାହା ପ୍ରମାଣିତ ହେଉଛି

କାଳିଆପାଣି ରୁ ଦୟାନିଧି ମହାନ୍ତ : କାଳିଆପାଣି ଦେହୁରି ସାହି ଗ୍ରାମର କୋମଳ ମତି ଛାତ୍ର ଛାତ୍ରୀମାନଙ୍କ ଠାରେ l ପ୍ରାୟ 30ରୁ  ଅଧିକ  ଏହି ଗ୍ରାମର ପିଲାମାନେ ଅଷ୍ଟମ ଶ୍ରେଣୀ ରୁ  ଦଶମ  ଶ୍ରେଣୀ ରେ ପାଠ ପଢ଼ନ୍ତି l ସେମାନଙ୍କୁ ପାଠ ପଢିବା ପାଇଁ ଗାଁ ଠାରୁ ଚାରି କି. ମି. ଦୁରକୁ  ଯିବାକୁ ପଡି ଥାଏ l କିଛି ପିଲା କାଳିଆପାଣି  ହାଇସ୍କୁଲ  ଏବଂ  ଆଉ  କିଛି ପିଲା ଟାଟା ହାଇସ୍କୁଲ କୁ ପଢିବା ପାଇଁ ଯାଆନ୍ତି l ଗାଁ ଠାରୁ ଦୂରରେ ଥିବାରୁ  ଏମାନେ ପ୍ରତିଦିନ ସ୍କୁଲକୁ   ଡେରିରେ ପହଞ୍ଚନ୍ତି l ଅତି ଗରିବ ଶ୍ରେଣୀର  ପିଲା ହୋଇ ଥିବାରୁ ପାଦରେ ଚାଲି ଚାଲି ଯିବାକୁ ପଡିଥାଏ l ତେଵେ କହିବା କଥା ହେଲା ଏହି ଗାଁ ର ଠିକ ସାମ୍ନାରେ ଇମ୍ଫା କମ୍ପାନୀ ଅଛି l ସେ ତାର କର୍ମଚାରୀ ମାନଙ୍କର ପିଲା ମାନଙ୍କୁ ବସ ରେ ନେବା ଆଣିବା କରେ l ପାଖରେ ଆଉ କେତେକ ଖଣି ମାଲିକ ଅଛନ୍ତି ଯେଉଁ ମାନେ ତାଙ୍କ ନିଜ କର୍ମଚାରୀ ଙ୍କର ପିଲାମାନଙ୍କୁ ନିଜ ନିଜ ସ୍କୁଲ ବସ ରେ ନେବା ଆଣିବା କରୁଛନ୍ତି l ଏ  ମାନଙ୍କୁ ପଚାରେ କିଏ l  କେବଳ ପଲ୍ଲୀ ସଭା ବେଳେ ଗାଁ ଗାଁ ରେ ବୁଲି ଲୋକଙ୍କୁ ମଦ ମାଂସ ଦେଇ କାମ ହାସଲ କରିନେବା ହେଲା ଏ ମାନଂକର କାମ l ପିଲାଙ୍କ ପ୍ରତି ଦୃଷ୍ଟି ନା ପାଠ ପ୍ରତି l କେବଳ ଭାଗ୍ୟ ହିଁ ଏ ମାନଙ୍କର ଭରସା l ତେଵେ ଏହି ଗାଁ ର ଜନୈକ ଯୁବ ନେତା   ଏହାକୁ ଏକ ଛlଲ୍ଲେଞ୍ଜ ରୂପେ ଗ୍ରହଣ କରିଛନ୍ତି l ତାଙ୍କ କହିବା ଅନୁସାରେ ନିକଟ ଖଣି ମାଲିକ ଙ୍କୁ  ପିଲା ମାନଙ୍କ ପାଇଁ ବସ ର ବ୍ୟବସ୍ତା ନକଲେ ନିକଟ ଭବିଷ୍ୟତ ରେ ଏକ ଆନ୍ଦୋଳନ କରାଯିବ ବୋଲି ପରୋକ୍ଷ ରେ ପ୍ରକାଶ କରିଛନ୍ତ

0
0
0
s2sdefault