ହେଡଲାଇନସ୍:

ଓଡ଼ିଶା-ମୋ ପରିବାର ଆନୁକୁଲ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ବିପନ୍ନ ଓଡ଼ିଆଙ୍କୁ ସହାୟତା, ପରିବେଶ ସୁରକ୍ଷା, ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିରମାନ ଆୟୋଜନ କରି ରାଜ୍ୟର ରକ୍ତଭଣ୍ଡାର ଗୁଡ଼ିକର ଏକ ସିଂହଭାଗ ରକ୍ତ ଯୋଗାଇବା, ରୋଗୀମାନଙ୍କୁ ସେମାନଙ୍କର ଜରୁରୀ ସମୟରେ ବିରଳ ଶ୍ରେଣୀର ରକ୍ତ ଯୋଗାଇବା, ରାଜ୍ୟର ପ୍ରମୁଖ ଚିକିତ୍ସାଳୟ ଗୁଡ଼ିକରେ ହେଲ୍ପଡେସ୍କମାନ ସ୍ଥାପନ କରି ରୋଗୀମାନଙ୍କ ଚିକିତ୍ସାରେ ସାହାଯ୍ୟ କରିବା, ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରି ମୋତିଆବିନ୍ଦୁର ଅସ୍ତ୍ରୋପଚାର ମାଗଣାରେ କରାଇବା ଏବଂ ଦାନ୍ତ ପରୀକ୍ଷା ଶିବିର ଆୟୋଜନ କରିବା ଭଳି ଅନେକ ସମାଜସେବା କାର୍ଯ୍ୟ ଓଡ଼ିଶା-ମୋ ପରିବାର ନିରନ୍ତର କରିଆସୁଛି ।
ସେହିପରି ବିଭିନ୍ନ କ୍ଷେତ୍ର ଯଥା କଳା, ସଙ୍ଗୀତ ଏବଂ କ୍ରୀଡ଼ାରେ ପାରଙ୍ଗମ ଥିବା ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାକୁ ଓଡ଼ିଶା-ମୋ ପରିବାର ଆଉ ଏକ ପ୍ରୟାସ ଆରମ୍ଭ କରିଛି । ଓଡ଼ିଶା-ମୋ ପରିବାର ଦ୍ଵାରା ଚିତ୍ରାଙ୍କନ ପ୍ରତିଯୋଗିତା ଗତ ଏପ୍ରିଲ ମାସ ୩୦ ତାରିଖରେ ଟ୍ରାଇଡେଣ୍ଟ ଅପାର୍ଟମେଣ୍ଟରେ ପ୍ରଥମଥର ପାଇଁ ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତା ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଥିବାର ଦେଖି ଗତ କାଲି ଓଡ଼ିଶା-ମୋ ପରିବାର ଆନୁକୁଲ୍ୟରେ ଭୁବନେଶ୍ୱର ରଘୁନାଥପୁର ନନ୍ଦନକାନନ ରୋଡ଼ ନିକଟରେ ଥିବା ରୟାଲ ଲାଗୁନ୍ ଆପାର୍ଟମେଣ୍ଟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ହୋଇଯାଇଛି।
ସନ୍ଧ୍ୟା ୫ଟା ୩୦ ମିନିଟ୍ ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରାୟ ୯୦ରୁ ଅଧିକ ପିଲାମାନେ ଭାଗ ନେଇଥିଲେ । ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ଚାରୋଟି ଗ୍ରୁପ୍ ଯଥା ଗ୍ରୁପ୍-ଏ ରେ ୨ ରୁ ୪ ବର୍ଷ, ଗ୍ରୁପ୍-ବି ରେ ୫ ରୁ ୭ ବର୍ଷ, ଗ୍ରୁପ୍-ସି ରେ ୮ ରୁ ୧୧ ବର୍ଷ ଏବଂ ଗ୍ରୁପ୍-ଡି ରେ ୧୨ ରୁ ୧୬ ବର୍ଷ ମଧ୍ୟରେ ଭାଗ କରାଯାଇଥିଲା ।
ଚିତ୍ରାଙ୍କନ ଶିକ୍ଷକ ଶ୍ରୀ ରାଜେଶ କୁମାର ନାଥ ଏବଂ ଶ୍ରୀମତୀ କୁମାରୀ ପାଢୀଙ୍କୁ ନେଇ ଗଠିତ ଏକ ବିଚାରକ ମଣ୍ଡଳି ଦ୍ୱାରା ପ୍ରତ୍ୟେକ ଚାରୋଟି ବର୍ଗର ପ୍ରଥମ ତିନିଜଣ, ସମୁଦାୟ ୧୦ ଜଣଙ୍କୁ ଓଡ଼ିଶା-ମୋ ପରିବାର ଦ୍ୱାରା ପୁରଷ୍କୃତ କରାଯିବା ସହ ପ୍ରଶଂସା ପତ୍ର (ସାର୍ଟିଫିକେଟ୍) ପ୍ରଦାନ କରାଯାଇଥିଲା । ଏହାଛଡ଼ା ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟ ସମସ୍ତ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରଷ୍କାର ଏବଂ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ଓଡ଼ିଶା-ମୋ ପରିବାର ଆବାହକ ଏହି ପ୍ରତିଯୋଗିତାମୁଳକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଚିତ୍ରକଳାରେ ରୁଚି ରଖୁଥିବା ଏହି ପ୍ରତିଭାମାନଙ୍କୁ ଉତ୍ସାହିତ କରିବାସହ ସେମାନଙ୍କୁ ଅଭିନନ୍ଦନ ପତ୍ର ବଣ୍ଟନ କରିଥିଲେ । ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୟାଲ ଲାଗୁନ୍ ୱେଲ୍ଫେୟାର ଆସୋସିଏସନର ସଭାପତି ଡଃ ତଡ଼ିତ ପ୍ରସାଦ ମହାନ୍ତି, ରୟାଲ ଲାଗୁନ୍ ପରିଚାଳନା କମିଟିର ସଦସ୍ୟ ଶ୍ରୀ ମାଣିକ ବୋହିଦାରଙ୍କ ସମେତ ଆସୋସିଏସନର ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

0
0
0
s2sdefault