ହେଡଲାଇନସ୍:

ବିକାଶକୁ ସହି ପାରୁନାହାନ୍ତି ବିଜେପି -କଂଗ୍ରେସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ିଶାକୁ ରପ୍ତାନୀ କ୍ଷେତ୍ରରେ ‘ଚାମ୍ପିଅନ୍‍’ ରାଜ୍ୟର ମାନ୍ୟତା ଦେଇଛି କେନ୍ଦ୍ର ସରକାର

ଭୁବନେଶ୍ୱର: : ବିଜୁ ଜନତା ଦଳ ସରକାର ୨୦୧୬ ମସିହାରେ ମେକ୍‍ ଇନ୍‍ ଓଡ଼ିଶା କାର୍ଯ୍ୟକ୍ରମ ଦ୍ୱାରା ୩.୬୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ପାଇଥିଲା । ଏହା ମଧ୍ୟରୁ ୨ଲକ୍ଷ କୋଟି ଟଙ୍କାରୁ ଉର୍ଧ୍ଵ  ପୁଞ୍ଜି ନିବେଶ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯାଇଛି । ୨୦୧୬ରେ ମେକ୍‍ ଇନ୍‍ ଓଡ଼ିଶା କାର୍ଯ୍ୟକ୍ରମ ମୁମ୍ବାଇ, ବାଙ୍ଗାଲୁର ଓ ଭୁବନେଶ୍ୱର ଠାରେ ସଫଳତାର ସହିତ ଅନୁଷ୍ଠିତ କରାଯାଇଥିଲା । ଇତିମଧ୍ୟରେ ଓଡ଼ିଶାକୁ ରପ୍ତାନୀ କ୍ଷେତ୍ରରେ ଏକ ‘ଚାମ୍ପିଅନ୍‍’ ରାଜ୍ୟ ବୋଲି ଭାରତ ସରକାର ମାନ୍ୟତା ଦେଇଛନ୍ତି । ଶିଳ୍ପାୟନ କ୍ଷେତ୍ରରେ ଦ୍ରୁତ ଗତିରେ ବିକାଶ ହୋଇଥିବା ଦେଖି ଭାରତୀୟ ଜନତା ପାର୍ଟି ଈର୍ଷାନ୍ୱିତ ଓ ଭୟଭୀତ ହୋଇପଡିଛି । ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ବିଜେପି ନିଜର ରାଜନୈତିକ ଅଭିସନ୍ଧି ରଖି ଗଣମାଧ୍ୟମରେ ଏଭଳି ବକ୍ତବ୍ୟ ରଖୁଛନ୍ତି, ଯାହାର  କୌଣସି ପ୍ରାସଂଗିକତା ନାହିଁ ବୋଲି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି । ସେହିଭଳି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟାର ଉତ୍ତର ଦେଇ ଶ୍ରୀ ପାତ୍ର କହିଥିଲେ ଯେ ଯେଉଁମାନେ ଶିଳ୍ପର ପ୍ରଗତିକୁ ଗ୍ରହଣ କରିପାରୁ ନାହାନ୍ତି, ସେମାନେ ନିଜେ ଦାୟିତ୍ୱରେ ଥିବାବେଳେ କାହିଁକି ପ୍ରଗତି ହୋଇପାରୁନଥିଲା, ତା’ର ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି ।

0
0
0
s2sdefault