ହେଡଲାଇନସ୍:

ମୋ ପାଇଖାନା ଚୋରି ହୋଇଯାଇଛି, ଦିଅ .....

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

07-08-18-hitadhikari---asho.jpg - 85.56 kB

                                                     

        

ନକଲି ହିତାଧିକାରୀ ଟଙ୍କା ନେଇ ଛୁ , ଅସଲି ମୁଣ୍ଡରେ ଚଡକ

ବୌଦ୍ଧ (ସିମୁନ୍ ନାଏକ) ; କେନ୍ଦ୍ର ସରକାର ଙ୍କ ଦ୍ୱାରା ହାତକୁ ନିଆଯାଇଥିବା ସ୍ୱଛ ଭାରତ ମିଶନ ଅନୁଯାଇ ଦେଶରେ ବସବାସ କରୁଥିବା କୌଣସି ପରିବାର ସଦସ୍ୟ ଯେପରି ଖୋଲାରେ ଶୌଚ କରିବାକୁ ଯିବେନାହିଁ ଏହାକୁ ଆଖି ଆଗରେ ରଖି ପ୍ରତି ପରିବାର ଙ୍କୁ ପାଇଖାନା ନିର୍ମାଣ କରିବା ପାଇଁ ୧୨ ହଜାର ଟଙ୍କାର ପ୍ରୋତ୍ସାହନ  ମୂଳକ ଅନୁଦାନ ରାଶି ଯୋଗାଇ ଦେଉଛନ୍ତି । ହେଲେ ଏହାର ସୁଫଳ ପ୍ରକୃତ ହିତାଧିକାରୀ ଙ୍କ ନିକଟରେ କିଭଳି ପହଞ୍ଚୁଛି ତାର ଏକ ଅଭାବନୀୟ ନଜୀର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସଂଙ୍କୁଲେଇ ପଞ୍ଚାୟତ ର ନୁଆପଡା ଗ୍ରାମରେ । ଏହି ଗ୍ରାମର ଅଶୋକ ସାହୁ ନାମକ ଜୈନିକ ବ୍ୟକ୍ତି ଙ୍କୁ ଚାରିଛକ ସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗୀୟ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ ୧୯୦ ତା ୧୯.୨.୧୮ ଅନୁଯାଇ ସ୍ୱଛ ଭାରତ ମିଶନ ଯୋଜନାରେ ଏକ ପାଇଖାନା ନିର୍ମାଣ କରିବା ପାଇଁ କାର୍ଯ୍ୟାଦେଶ ମିଳିଥିଲା । ସେ ପାଇଖାନା ନିର୍ମାଣ ଶେଷ କରିବା ପରେ ୩ ମାସ ତଳେ ବିଲ୍ ପାଇବା ପାଇଁ ସମସ୍ତ ଡକ୍ୟୁମେଣ୍ଟ ଦେଇଥିଲେ । ମାତ୍ର ବାରମ୍ବାର ସେ ସଂପୃକ୍ତ କାର୍ଯ୍ୟାଳୟ କୁ ଧାଇଁବା ପରେ ମଧ୍ୟ ତାଙ୍କ ଏକାଉଣ୍ଟ ରେ ଟଙ୍କା ଜମା ନହେବାରୁ ସେ ଜେଇ-୨ ସ୍ନେହାଜଂଳି ପ୍ରଧାନ ଙ୍କୁ ଦେଖା କରି ଅଭିଯୋଗ କରିଥିଲେ । ଜେଇ ସ୍ୱଛ ଭାରତ ମିଶନ ର ହରଭଙ୍ଗା ବ୍ଲକ ପ୍ରଜେକ୍ଟ  କୋର୍ଡିନେଟର ବସ୍ତିଆ ନନ୍ଦ ମହାକୁଡ ଙ୍କୁ ଡାକି ଅଶୋକ ସାହୁ ଙ୍କ ଫାଇଲ ମାଗି ଦେଖିବା ପରେ ତାଙ୍କ ନାଁରେ ୧୨ ହଜାର ଟଙ୍କା ବିଲ୍ କରି ଅର୍ଥ ଉଠାଣ ହୋଇ ସାରିଥିବା ଦେଖି ତୁମେ ଟଙ୍କା ପାଇ ସାରିବା ପରେ ପୁଣି କୁଆଡେ ଆସିଛ ବୋଲି ଓଲଟି ପ୍ରଶ୍ନ କରିଥିଲେ । ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଙ୍କ ଠାରୁ ଏଭଳି ଉତ୍ତର ଶୁଣି ହିତାଧିକାରୀ ଶ୍ରୀ ସାହୁ ପ୍ରଥମେ ହତବାକ୍ ହୋଇଯାଇଥିଲେ । ପରେ ମୋ ବ୍ୟାଙ୍କ ଏକାଉଣ୍ଟ କୁ କେବେ ଟଙ୍କା ପଠାଗଲା ରେକର୍ଡ ଦେଖାଇବାକୁ ଦାବୀ କରି କାର୍ଯ୍ୟାଳୟ ବାରଣ୍ଡାରେ ଧାରଣା ରେ ବସିବା ଦେଖି ଜେଇ ଓ କୋର୍ଡିନେଟର ତାଙ୍କୁ ତୁମର ବିଲ ଭୁଲବଶତ ଅନ୍ୟ ଜଣେ ହିତାଧିକାରି ଙ୍କ ଏକାଉଣ୍ଟ କୁ ଚାଲି ଯାଇଛି । ତାଙ୍କୁ ଡକାଇ ତୁମ ଟଙ୍କା ମଗାଇ ଦେବୁ ବୋଲି କହିଥିବା ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । ଏ ନେଇ ଜେଇ ସ୍ନେହାଜଂଳି ପ୍ରଧାନ ଙ୍କୁ ପଚାରିବାରୁ ପାଇଖାନା ଅର୍ଥ ପାଇନଥିବା ଅଶୋକଙ୍କୁ ଗତକାଲି ସମସ୍ତ ଡକ୍ୟୁମେଣ୍ଟ ଧରି ଆସିବାକୁ କହିଛୁ । ସେ ଆସିଲେ ରେକର୍ଡପତ୍ର ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବୁ ବୋଲି କହିଥିଲେ । 

0
0
0
s2sdefault