ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଥାନା ସମ୍ମୁଖରେ ଥିବା ଶୌଚାଳୟ ଜନସାଧାରଣଙ୍କ କାର୍ଯ୍ୟରେ ଆସୁନଥିବା ଦେଖା ଦେଇଛି I ଯାହାପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ଥାନା ,ସ୍କୁଲ, କଲେଜ ଓ ବିଭିନ୍ନ କର୍ଯାଳୟକୁ ଆସୁଥିବା ଜନସାଧାରଣ ବହୁ ହନ୍ତସନ୍ତ ହେଉଥିବା ମତପ୍ରକାଶ ପାଇଛି I ପ୍ରାପ୍ତ ସୂଚନା ଅନୁସାରେ ୨୦୦୬ ମସିହାରେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ଵାରା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ସରକାରୀ ଅନୁଦାନ ବ୍ୟୟରେ ଏହି ସୌଚାଳୟ.ନିର୍ମାଣ କରାଯାଇଥିଲା I ଏହି ସୌଚାଳୟ ନିର୍ମାଣ ହେବାର ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଏହାକୁ ଲୋକମାନଙ୍କର ସ୍ୱାର୍ଥରେ ବ୍ୟବହାର କରିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଉନଥିବା ଦେଖାଦେଇଛି I ଯାହାପାଇଁ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁମିଳୁଛି I ସୌଚାଳୟଟି ଜନସାଧାରଣଙ୍କ ସ୍ୱାର୍ଥରେ ବ୍ୟବହାର କରୁଥିବା ଆଳ ଦେଖାଇ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବ୍ୟୟରେ ମରାମତି କରାଯାଉଛି I ଯଦି ଏହି ସୌଚାଳୟରେ ବର୍ଷ ବର୍ଷ ଧରି ତାଲା ଝୁଲୁଛି ହେଲେ ମରାମତି କାହା ସ୍ୱାର୍ଥରେ? ଯଦି ସୌଚାଳୟ ଚାଲିଛି ତାହେଲେ ସୌଚାଳୟରୁ ଅଦାୟ ଟଙ୍କା କେଉଁ ପାଣ୍ଠି କୁ ଯାଉଛି? ଏହାକୁ ନେଇ ଆମ ପ୍ରତିନିଧି ପରିଷଦର ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡଙ୍ଗୀଙ୍କ ପ୍ରତିକ୍ରିୟା ଗ୍ରହଣ କରିଥିଲେ I ଶୌଚାଳୟ କାର୍ଯ୍ୟକ୍ଷମ ନ ହେବା ଅତ୍ୟନ୍ତ ଚିନ୍ତାଜନକ ଯାଥା ଶୀଘ୍ର ମରାମତି କରାଯିବ ବୋଲି ପରିଷଦର ଅଧକ୍ଷା କହିଥିବା ବେଳେ କାର୍ଯ୍ୟନିର୍ବାହି ଅଧିକାରୀ ଫୋନ୍ ଉଠେଇନଥିବା ଯୋଗୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ I ତେଣୁ ଏହି ଶୌଚାଳୟ ଯଥା ଶୀଘ୍ର କାର୍ଯ୍ୟକ୍ଷମ କରିବାପାଇଁ ଜନସାଧାରଣରେ ଦାବି ହେଉଛି I
ରାଜ୍ୟ
ଜନସାଧାରଣଙ୍କ କାର୍ଯ୍ୟରେ ଆସୁନି ଶୌଚାଳୟ
- Hits: 306