ହେଡଲାଇନସ୍:

  ମା' ହିଙ୍ଗୁଳାଙ୍କ ପୀଠ ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

05-08-18-BRUKHA.jpg - 72.17 kB

ଯାଜପୁରରୋଡ୍(ସୁବାସ ନାୟକ) : ଚାନ୍ଦମାସ୍ଥିତ ମା' ହିଙ୍ଗୁଳାଙ୍କ ପୀଠ ରାସ୍ତାପାଶ୍ୱର୍ରେ ଯୁବ ସମାଜସେବୀ ସୁରେଶ କୁମାର ହୋତାଙ୍କ ତତ୍ତ୍ୱାବଧାନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ସାମ୍ପ୍ରତିକ ପରିସ୍ଥିତିରେ ପରିବେଶ ପ୍ରଦୂଷଣ ରୋକିବା ନିମନ୍ତେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହାକୁ ସାକାର କରିବାକୁ ଯାଇ ଯାଜପୁରରୋଡ୍ ଥାନା ଅଧିକାରୀ ଅମିତାଭ ମହାପାତ୍ରଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ପରିବେଶ ସୁରକ୍ଷା ସମ୍ପର୍କିତ ଏକ ସଭା ଅନୁଷ୍ଠିତ  ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଡ. ଶ୍ୟାମସୁନ୍ଦର ପଣ୍ଡା, ମୁଖ୍ୟବକ୍ତା ଭାବେ ବିଶ୍ୱଜିତ୍ ମହାନ୍ତି, ଚନ୍ଦ୍ରମଣି ସାମଲ, ସମ୍ମାନିତ ଅତିଥି ଭାବେ ଜ୍ଞାନରଞ୍ଜନ ରାଉତ, ରାହାସ ବିହାରୀ ପ୍ରଧାନ, ବିଶ୍ୱଜିତ୍ ପଣ୍ଡା, ବୀରକିଶୋର ସାହୁ, କୈଳାସ ଚନ୍ଦ୍ର ମହାନ୍ତି, ସାମ୍ବାଦିକ ଜୟଶଙ୍କର ଦାଶ, ସୁବାସ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମଧୁସୂଦନ ପ୍ରଧାନ ସଭା ପରିଚାଳନା କରିଥିବାବେଳେ ଅଲେଖ ଚରଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault