ହେଡଲାଇନସ୍:

ଆରମ୍ଭ ହେଲା ସାପ୍ତଦିବସ ବ୍ୟାପୀ  ଶ୍ରୀମଦ ଭାଗବତ ଜ୍ଞାନ ଯଜ୍ଞ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପଦ୍ମପୁର,(ନୀଳ ଦୀପ)  ସମସ୍ତ ଅଗ୍ରୱାଲ ପରିବାର, ପଦ୍ମପୁର ଆନୁକୁଲ୍ୟରେ ସ୍ଥାନୀୟ ମାରୱାଡି ଧର୍ମଶାଳା ପରିସରରେ ରବିବାର ଦିନ ଏକ ସପ୍ତଦିବସୀୟ ଶ୍ରୀମଦ ଭାଗବତ ଜ୍ଞାନ ଯଜ୍ଞ ଉଦଘାଟିତ ହୋଇଯାଇଛି  । ଏହି ଅବସରରେ ରବିବାର ପୁର୍ବାହ୍ନରେ ମାରୱାଡି ସମାଜର ଶତାଧିକ ମହିଳା ଓ ପୁରୁଷ କଳସ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ ଏବଂ ପରେ ଧର୍ମଶାଳା ପରିସରରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିଲା  । ଏଥିରେ ରମେଶ ଗର୍ଗ ସପତ୍ନୀକ  କର୍ତା ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଅଯୋଧ୍ୟାର ସାଧ୍ୱୀ ରାଧିକା କିଶୋରୀଜୀ କଥାଜ୍ଞାନ ପ୍ରଦାନ କରୁଛନ୍ତି  । ସାତ ଦିନ ବ୍ୟାପି ହେବାକୁ ଥିବା ଏହି ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମରେ ପର୍ଯ୍ୟାୟ କ୍ରମେ ସୁଖଦେବ ଜନ୍ମ, ଭୀଷ୍ମ ପ୍ରସଙ୍ଗ, ସତୀ ପ୍ରସଙ୍ଗ, ଶ୍ରୀ କୃଷ୍ନଜନ୍ମୋସôବ, ବାଲଲୀଲା, ଛପନ ଭୋଗ, ରୁକ୍ମଣି ବିବାହ, ସୁଦାମ ଚରିତ୍ର ଭଲି ବିଷୟରେ ସାଧ୍ୱୀ ପ୍ରବଚନ ଦେବାର କାର୍ଯ୍ୟକ୍ରମ ରହିଛି  । ଆସନ୍ତା ରବିବାର ୧୨ ତାରିଖ ଦିନ ଯଜ୍ଞକାର୍ଯ୍ୟ ସମାପନ ହେବ ବୋଲି ଅଗ୍ରୱାଲ ସମାଜ ତର‘ରୁ ପ୍ରକାଶ କରାଯାଇଛି  ।

0
0
0
s2sdefault