ହେଡଲାଇନସ୍:

୪୯ ତମ ଜିଲ୍ଲାସ୍ତରୀୟ ଜବାହରଲାଲ ନେହେରୁ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରଦର୍ଶନୀ ଉଦ୍ ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର /ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜଗତସିଂହପୁର ଉଚ୍ଚ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଜିଲ୍ଲା ସାଇନ୍ସ କ୍ଲଵ୍ କୋଅର୍ଡି ନେସନ କମିଟି ପକ୍ଷରୁ ୪୯ ତମ ଜିଲ୍ଲାସ୍ତରୀୟ ଜବାହରଲାଲ ନେହେରୁ ବିଜ୍ଞାନ ,ଗଣିତ ଓ ପରିବେଶ ପ୍ରଦର୍ଶନୀ କୁ ଓଡିଶା ର ଜଳ ସମ୍ପଦ ସୁଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁ ନନ୍ଦନ ଦାସ ଉଦ୍ ଘାଟନ କରିଛନ୍ତି l ଏହି ବିଜ୍ଞାନ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ରଘୁ ନନ୍ଦନ ଦାସ କହିଲେ ଦୀର୍ଘ ୨ ବର୍ଷ ପରେ କୋଭିଡ଼ କଟକଣା କୋହଳ ପରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି l ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମଧ୍ୟରେ ଉଲ୍ଲାସ ,ଉଦ୍ଦୀପନା ଓ ଆନନ୍ଦ ସୃଷ୍ଟି ହୋଇଛି l ଏହି ଅବସରରେ ଖ୍ୟାତ ନାମା ବୈଜ୍ଞାନିକ ପଦ୍ମଭୂଷଣ ସ୍ବର୍ଗତ ପ୍ରାଣକୃଷ୍ଣ ପରିଜା ଙ୍କ ସ୍କୃତି ଓ କୃତି କୁ କେବେହେଲେ ଭୁଲିଯିବା ନାହିଁ l ତାଙ୍କ ପାଇଁ ଜଗତସିଂହପୁର ଗ୍ରାମବାସୀ ଗର୍ବିତ l ଏହି ବୈଜ୍ଞାନିକଙ୍କ ଅସାଧାରଣ ମେଧା ,ଶିକ୍ଷା ଦିଗରେ ଯଥେଷ୍ଟ ଅବଦାନ ,ବିଜ୍ଞାନରେ ଗଭୀର ଅଧ୍ୟବସାୟ ପାଇଁ ସେ ଭାରତ ସରକାରଙ୍କ ଠାରୁ ପଦ୍ମଭୂଷଣ ଉପାଧି ଲାଭ କରିଥିଲେ l ରେଭେନ୍ସା ମହାବିଦ୍ୟାଳୟର ଅଧ୍ୟକ୍ଷ ,ଉତ୍କଳ ଵିଶ୍ୱଵିଦ୍ୟାଳୟର କୂଳ ପତି ଓ ଓଡ଼ିଶା ବିଧାନ ସଭାର ସଦସ୍ୟ ହୋଇପାରିଥିଲେ l ବିଜ୍ଞାନ ହେଉଛି ଏକ ସାଧନା l ଖାଦ୍ୟ ,ବସ୍ତ୍ର,ବସ ଗୃହ ,ଶକ୍ତି,ପରିବହନ,ଯୋଗାଯୋଗ ,ଚିକିତ୍ସା ଆଦି ଦୈନ ଦିନ ପ୍ରତ୍ୟେକ କାର୍ଯ୍ୟରେ ବିଜ୍ଞାନର ଉପାଦେୟତା ରହିଛି l ରାଜ୍ୟ ସରକାରଙ୍କ ୫ଟି ଉପକ୍ରମ ଆଧାରରେ ହାଇସ୍କୁଲ ରୂପାନ୍ତରି କରଣ କରାଯାଇ ବିଦ୍ୟାଳୟ ଗୁଡ଼ିକରେ କମ୍ପୁଟର ,ଇଣ୍ଟରନେଟ୍ ସୁବିଧା କରାଯାଇଛି l ପ୍ରଥମ ପର୍ଯ୍ୟାୟରେ ୧୦୭୬ଟି ହାଇସ୍କୁଲ କୁ ରୂପାନ୍ତରିକରଣ କରାଯାଇ ସାରିଥିବା ବେଳେ ୨ୟ ପର୍ଯ୍ୟାୟରେ ୩୦୦୦ ରୁ ଉର୍ଧ୍ୱ ହାଇସ୍କୁଲ ରୂପାନ୍ତରିତ ହୋଇ ଲୋକାର୍ପଣ ହେବା ପାଇଁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି l ତେବେ ଆଜିର କମ୍ପୁଟର ଓ ମୋବାଇଲ ଯୁଗରେ ଛାତ୍ର ଛାତ୍ରୀ ମାନେ ସୃଜନଶୀଳ ହୋଇ ବିଜ୍ଞାନର ସକାରତ୍ମକ ଦିଗରେ ସେ ସବୁକୁ ବ୍ୟବହାର କରି ନିଜର ପ୍ରତିଭାକୁ ବିକଶିତ କରନ୍ତୁ l ଏହି ବିଜ୍ଞାନ ମେଳା ରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଵରିଷ୍ଠ ବୈଜ୍ଞାନିକ ଶ୍ରୀ ଚିତ୍ତରଂଜନ ମିଶ୍ର କହିଲେ ୧୯୫୨ ମସିହାରେ ବିଜ୍ଞାନକୁ ଲୋକପ୍ରିୟ କରିଵା ପାଇଁ ବିଜୁ ପଟ୍ଟନାୟକ କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ ଆରମ୍ଭ କରିଥିଲେ l ପ୍ରତିବର୍ଷ ୟୁନେସ୍କୋ ତରଫ ରୁ କଳିଙ୍ଗ ପୁରସ୍କାର ପ୍ରଦାନ କରାଯାଉଛି l ଜଗତସିଂହପୁର ମାଟିର ଝିଅ ପ୍ରଥମ ଓଡ଼ିଆ ମହିଳା ଭାବେ ଡଃ ଜ୍ୟୋତିମର୍ୟୀ ଦଶ ବିଜ୍ଞାନରେ ଅବଦାନ ପାଇଁ ଶାନ୍ତି ସ୍ୱରୂପ ଉଟ୍ଟ ନଗର ପୁରସ୍କାର ଲାଭ କରି ଏ ମାଟିର ଗୋୖରବ ବୁଦ୍ଧି କରିଥିଲେ l ଫେବୃୟାରୀ ୨୮ କୁ ବିଜ୍ଞାନ ଦିଵସ ଓ ମେ ୧୧ ର କୁ ଟେକ୍ଲୋଲୋଜି ଦିଵସ ଭାବେ ପାଳନ କରାଯାଉଛି l ଭାରତ ବର୍ଷ ଅଣ୍ଡା,ଦୁଗ୍ଧ ଓ ମାଛ ଉତ୍ପାଦନ ରେ ପୃଥିବୀରେ ୧ ନମ୍ବର l ଦେଶ ଖାଦ୍ୟ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ ହୋଇପାରିଛି l ବିଜ୍ଞାନ ମେଳା ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ସମ୍ବନ୍ଧୀୟ ଓପନ କୁଇଜ ପ୍ରତିଯୋଗିତା ହୋଇଥିଲା l ଆସନ୍ତା କାଲି ଏହି ବିଜ୍ଞାନ ମେଳା ର ଉଦ୍ ଯାପନ ଉତ୍ସବ ରହିଛି l ଏହି ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ରେ ସମ୍ମାନୀତ ଅତିଥି ଭାବେଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର, ଵି.ଇ. ଓ ଜଗତସିଂହପୁର ଭାରତୀ ମହାପାତ୍ର ,ଵି.ଇ. ଓ ,ରଘୁନାଥପୁର ବିଜୟ କୁମାର ସ୍ବାଇଁ ,ମାର୍କଣ୍ଡପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ ଯୋଗଦେଇ ବିଜ୍ଞାନ ମେଳା ର ଆୟୋଜନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ lପ୍ରାରମ୍ଭରେ ଜିଲ୍ଲା ବିଜ୍ଞନ ପରି ଦର୍ଶକ ଜୀବନ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ lଶେଷରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ମମତା ମଞ୍ଜରୀ ମହାନ୍ତି ଧନ୍ୟଵାଦ ଅର୍ପଣ କରିଥିଲେ l ଏହି ମେଳାରେ ଛତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ,ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ l

0
0
0
s2sdefault