ରାଜ ବୋଡାସମ୍ବର ହାଇସ୍କୁଲ ର ପ୍ଲାଟିନମ ଜୁବୁଲି ଦ୍ୱିତୀୟ ଦିବସ
ପଦ୍ମପୁର -ପିଲାଙ୍କୁ ସତ୍ୟ ଓ ଖୁସି ରେ ବଞ୍ଚିବାର କଳା ଶିଖାଇବା ସହ ଆଧ୍ୟାତ୍ମିକ ବିଚାର ମନରେ ଉତ୍ପନ୍ନ କରିବା କଳା ଶିକ୍ଷାଇବା ଉଚିତ।ଆଜି ସାରା ବିଶ୍ୱ ଦୁଇ ଭାଗ ରେ ବିଭକ୍ତ ହୋଇଯାଇଛି ।ସମସ୍ତେ କିନ୍ତୁ ଭାରତ ଅଭିମୁଖେ ଦୈ।ଡୁଛନ୍ତି ।ମୁଁ ପ୍ଲାଟିନମ ଜୁବୁଲି ୭୫ ବର୍ଷ ଅବସରରେ ସମସ୍ତ ଶିକ୍ଷକ ଅଭିଭାବକ ମାନଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଛି ବୋଲି ଓଡିଶା ର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବରଗଡ଼ ଜିଲ୍ଲା ପଦ୍ମପୁର ର ରାଜବୋଡାସମ୍ବର ହାଇସ୍କୁଲ ର ପ୍ଳାଟିନମ ଜବୁଲି ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଛନ୍ତି।ଓଡିଶା ହେଉଛି ପ୍ରଭୁ ଜଗନ୍ନାଥ ଓ ମାଁ ସମଲେଶ୍ବରୀ ଙ୍କ ପବିତ୍ର ଭୂମି ।ଏହାର ସଂସ୍କୃତି ସବୁବେଳେ ମହାନ ଏହି ଭୂମି ସ୍ନେହ ପ୍ରେମ ଓ ଭାତୃତ୍ୱ ଭାବ ଶିଖାଇ ଥାଏ ।ଓଡ଼ିଶାର ଏହି ମହାନ ସଂସ୍କୃତି ଓ ପରଂପରା ସବୁଦିନ ବଞ୍ଚିରହିବ ।ପଣ୍ଡିଚେରୀ ର ଦେବଭୂମି ସହିତ ଓଡିଶା କୁ ତୁଲନା କରି ସେ ସ୍ୱଭାବ କବି ଗଙ୍ଗାଧର ମେହେର , ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ସ୍ମୃତି ଚାରଣ କରିଥିଲେ ।ପିଲା ମାନଙ୍କୁ ସବୁମିଥ୍ୟା ଓ ଅସତ୍ୟ ପଥରୁ ଦୂରେଇରହି ସତ୍ୟ ପଥର ପଥିକ ହେବା ସହ ଖୁସି ରେ ବଞ୍ଚିବାର କଳା ଶିଖାଇବାକୁ ପଡିବ । ଅନ୍ୟ କୁ ଭଲପାଅ ସମ୍ନାନଦିଅ ଓ ଅନ୍ୟ ର ସମ୍ମାନ କୁ ଗ୍ରହଣ କର ବୋଲି ରାଜ୍ୟପାଳ କହିଥିଲେ। ଏହା ପୂର୍ବରୁ ରାଜ୍ୟପାଳ ହାଇସ୍କୁଲ ପରିସରରେ ଥିବା ଗଙ୍ଗାଧର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାପଣ କରିଥିଲେ। ହାଇସ୍କୁଲ ର ପୂର୍ବତନ ଛାତ୍ର ରାଜେନ୍ଦ୍ର କୁମାର ପାଢୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭା ରେ ପ୍ଲାଟିନମ ଜୁବୁଲି କମିଟି ର ସଭାପତି ବିଧାୟକ ବିଜୟ ରଂଜନ ସିଂ ବରିହା ରାଜବୋଡାସମ୍ବର ହାଇସ୍କୁଲ ଓ ବୋଡାସମ୍ବର ଇତିହାସ ବାବଦରେ ଆଲୋକପାତ କରିଥିଲେ । ପୁରାତନ ଛାତ୍ର ତଥା ଲୋଇସିଂହା ବିଧାୟକ ମୁକେଶ ମହାଲିଂଗ,ପୁରାତନ ଛାତ୍ର ତଥା ବିଜୟ କୁମାର ଯୋଶୀ (ଆଇ ଆର ଏସ୍) ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଧର୍ମ କୁମାର ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସର ରେ ରାଜ୍ୟପାଳ ଅନୁଷ୍ଠାନ ରେ କାର୍ଯ୍ୟ କରିଥିବା ବିଶିକେଶନ ଦୋରା, ଭଗବାନ ପାଣିଗ୍ରାହୀ, ଖିରୋଦ ନିବାସ ପଣ୍ଡା, ରଙ୍କମଣି ସାହୁ, ସରୋଜ କୁମାର ଭୁଏ, ଧରମ କୁମାର ଶତପଥି ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଶେଷ ରେ ସଂପାଦକ ବିରଞ୍ଚି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।