ଭୁବନେଶ୍ୱର:- ଇଲେକ୍ଟ୍ରୋକେମିକାଲ୍ ପ୍ରକ୍ର୍ରିୟାକରଣ କୌଶଳ ଏବଂ ଶିଳ୍ପ ପ୍ରୟୋଗ ପାଇଁ ଚରିତ୍ରୀକରଣ ଉପରେ ଚଳିତ ମାସ ଦୁଇଦିନିଆ ଇନ୍ଟିଗ୍ରେଟେଡ୍ ସ୍କିଲ୍ ଇନିସିଏଟିଭ୍ ପ୍ରୋଗ୍ରାମ ସିଏସ୍ଆଇଆର-ଆଇଏମ୍ଏମ୍ଟିରେ ଇପିସିଆଇଏ(ଇଲେକ୍ଟ୍ରୋକେମିକାଲ୍ ପ୍ରୋସେସିଂ ଟେକ୍ନିକ୍ ଆଣ୍ଡ କ୍ୟାରେକ୍ଟରାଇଜେସନ୍ ଫର୍ ଇଣ୍ଡୁଷ୍ଟ୍ରିଆଲ୍ ଆପ୍ଲିକେସନ୍)-୨୦୨୨ର ଆୟୋଜିତ ହୋଇଯାଇଛି ।
ସଂଯୋଜକ ଡ. ୟୁ. ବାଲାଜୀ, ମୁଖ୍ୟ ବୈଜ୍ଞାନିକ ଏବଂ ମୁଖ୍ୟ ଏଏମଟି ବିଭାଗର ଡ. ବି. ଭୋଇ, ଇନ୍ଟିଗ୍ରେଟେଡ୍ ସ୍କିଲ୍ ଇନିସିଏଟିଭ୍ ପ୍ରୋଗ୍ରାମ ସିଏସ୍ଆଇଆର ସଂଯୋଜକ ଡ. ଏସ୍. କେ. ପ୍ରଧାନଙ୍କ ଉପସ୍ଥିତିରେ ଇପିସିଆଇଏ-୨୦୨୨ କାର୍ଯ୍ୟକ୍ରମର ଉଦ୍ଘାଟନ କରାଯାଇଥିଲା ।
ସିଏସ୍ଆଇଆର-ଆଇଏମ୍ଏମ୍ଟିର ନିର୍ଦ୍ଦେଶକ ପ୍ରଫେସର ସୁଧାସତ୍ୱ ବାସୁ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ସେ କହିଥିଲେ ଯେ ପ୍ରୟୋଗଯୁକ୍ତ ଶିଳ୍ପ ଇଲେକ୍ଟ୍ରୋକେମିଷ୍ଟ୍ରିରେ କାର୍ଯ୍ୟକ୍ରମ ଯେପରିକି ତାଲିମ ଦୃଷ୍ଟିରୁ ଅଧିକ ମୂଲ୍ୟବାନ କାରଣ ଏହିପରି ପାଠ୍ୟକ୍ରମ କୈଣସି ଏକାଡେମିକ୍ ପାଠ୍ୟକ୍ରମରେ ନାହିଁ । ସେ ଏହା ମଧ୍ୟ ପ୍ରକାଶ କରିଥିଲେ ଯେ ଅଂଶଗ୍ରହଣକାରୀଙ୍କ ପାଇଁ ବ୍ୟକ୍ତିଗତ ଭାବେ ଟ୍ରେନିଂ ପାଇବାର ଏହା ଏକ ଉତମ ସୁଯୋଗ ।
ବିଭିନ୍ନ ଇଲେକ୍ଟ୍ରୋକେମିକାଲ୍ ପ୍ରକ୍ରିୟାରେ ଏକାଡେମିକ ଏବଂ ଶିଳ୍ପରେ ଅଗ୍ରଗତି ସମ୍ବନ୍ଧରେ ଏକ ସମୀକ୍ଷା ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଯେଉଁଥିରେ ଓଡିଶାର ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରାୟ ୧୫ ଜଣ ଅଂଶଗ୍ରହଣକାରୀ ତଥା ସ୍ନାତକୋତର ସ୍କୋଲାର ଯୁବ କାର୍ଯ୍ୟକର୍ତା ଇଲେକ୍ଟ୍ରୋକେମିଷ୍ଟ୍ରିର କୌଶଳ ଏବଂ ପ୍ରୟୋଗ ଗୁଡିକୁ ଆଇଏମ୍ଏମ୍ଟିର ବିଶିଷ୍ଟ ବୈଜ୍ଞାନିକମାନଙ୍କ ବକ୍ତୃତା, ସିଧାସଳଖ ପ୍ରଦର୍ଶନ, ସୁରକ୍ଷା ନିର୍ଦ୍ଦେଶାବଳୀ ଏବଂ ସ୍ୱୟଂ ପରୀକ୍ଷଣ ଜାଣିବା ନିମନ୍ତେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଅଂଶଗ୍ରହଣକାରୀଙ୍କୁ ଇଣ୍ଡଷ୍ଟ୍ରିଆଲ ଇଲେକ୍ଟ୍ରୋକେମିକାଲର ଅପରେସନ୍କୁ ବୁଝାଇବା ସହ ବ୍ୟବସାୟିକଭାବେ ଏହା କିପରି ଭାବେ କାର୍ଯ୍ୟ କରୁଛି ତାହା ଜଣାଇବା ନିମନ୍ତେ ମଚେଂଶ୍ୱରର ଏକ ଇଣ୍ଡଷ୍ଟ୍ରି ପରିଦର୍ଶନରେ ମଧ୍ୟ ଯାଇଥିଲେ ।
ଯେଉଁମାନେ ଏହି କ୍ଷେତ୍ରରେ ନିଜର ଭବିଷ୍ୟତ କରିବାକୁ ଲକ୍ଷ୍ୟ ରଖିଛନ୍ତି, ଏହି କାର୍ଯ୍ୟକ୍ରମଟି ସେମାନଙ୍କ ପାଇଁ ଆବଶ୍ୟକ ତଥା ବୃତିଗତ ଦକ୍ଷତା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ । ଡ଼ ବିକାଶ କୁମାର ଜେନା, ଡ଼ ମମତା ମହାପାତ୍ର, ଡ଼ ଚିନ୍ମୟ କୁମାର ଷଡଙ୍ଗୀ ଏବଂ ଡ଼ ଉମାପାଥି ବାଲାଜୀ ଏହି ସମ୍ବନ୍ଧୀୟ ବିଷୟ ଉପରେ ବିଭିନ୍ନ ପ୍ରକାରର ଆଳୋଚନା କରିବେ ।
ରାଜ୍ୟ
ଦୁଇ ଦିବସୀୟ ଇନ୍ଟିଗ୍ରେଟେଡ୍ ସ୍କିଲ୍ ଇନିସିଏଟିଭ୍ ପ୍ରୋଗ୍ରାମ
- Hits: 503