ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର:: ଦେବଗଡ଼ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳୁଛି। ଯାହା ଫଳରେ ଜିଲ୍ଲାରେ ଉତ୍ତାପ ବୃଦ୍ଧି ପାଉଛି। ଶିଳ୍ପ ବିହୀନ ଜିଲ୍ଲାରେ ଦିନକୁ ଦିନ ଉତ୍ତାପ ବୃଦ୍ଧି ପାଇବା ସହ ପ୍ରବଳ ତାତି ଅନୁଭୁତ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛନ୍ତି। ଏଥି ସହିତ ସନ୍ଧ୍ୟାରେ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା।
ବନ ବିଭାଗ କର୍ମଚାରୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ନିଆଁ ଆୟତ୍ତ କରିବା ମୁସ୍କିଲ ହେଉଥିଲା ତଥାପି ବନ ବିଭାଗ କର୍ମଚାରୀ ନିଆଁ କୁ ଆୟତ୍ତ କୁ ଆଣିଥିଲେ।
ଜିଲ୍ଲାରେ ଶିଳ୍ପ କାରଖାନା ନଥିବାବେଳେ ଜାତୀୟ ରାଜପଥ ପ୍ରଶସ୍ତି କରଣ ଯୋଗୁଁ ରାଜପଥ ପାର୍ଶ୍ଵରେ ଥିବା ଗଛ ଗୁଡିକୁ କଟା ଯାଇଥିଲା। ଏ ପଟେ ପୁଣି ଜଙ୍ଗଲରେ ନିଆଁ ଲାଗିବା ଫଳରେ ବହମୂଲ୍ୟବାନ ଗଛ ନଷ୍ଟ ହେଉଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଏପରି ନିଆଁ ଲାଗିବା ଦ୍ଵାରା ଗଛଲତା ନଷ୍ଟ ହେବା ସହ ଜଙ୍ଗଲ ସୁରକ୍ଷା ହେଉନଥିବାରୁ ଲୋକଙ୍କ ମନ ଭିତରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏମିତି ବାରମ୍ବାର ଜଙ୍ଗଲରେ ନିଆଁ ଲାଗିବା ଦ୍ଵାରା ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛନ୍ତି। ଏପଟେ ପ୍ରବଳ ତାତି ମଣିଷ ବଞ୍ଚିବା ମୁସ୍କିଲ ହୋଇପଡୁଛି। ବନ ବିଭାଗ ଦ୍ଵାରା ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ପେଟ୍ରୋଲିଙ୍ଗ ବ୍ୟବସ୍ଥା କୁ କଡାକଡି କରିବା ପାଇଁ ଜନସାଧାରଣ ରେ ଦାବୀ ହେଉଛି।