ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଉଚ୍ଚ ମାଧ୍ୟମକି ବିଦ୍ୟାଳୟ ପରିସରରେ ଚଳିତ ୨୦୨୧-୨୨ ଶିକ୍ଷାବର୍ଷର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କ ନିମନ୍ତେ ଆଠ ଦିନ ଧରି ଚାଲିଥିବା ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ୧୩ ଏପ୍ରିଲ ଉଦ୍ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଭି. ଆର୍. ରତ୍ନଶ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ବିଦ୍ୟାଳୟର ଇଂରାଜୀ ବିଭାଗର ମୁଖ୍ୟ ଡକ୍ଟର ସରସ୍ୱତୀ ରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆତ୍ମରକ୍ଷାର ଆବଶ୍ୟକତା ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଏଥି ସହ ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ତଥା ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଆତ୍ମରକ୍ଷା ପ୍ରଶିକ୍ଷଣର ଜିଲ୍ଲା ସଂଯୋଜକ ଶ୍ରୀ ଅଶୋକ କୁମାର ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ଓ ନିଜ ବକ୍ତବ୍ୟରେ ପ୍ରତିପକ୍ଷର ଦୃଢ ମନୋବଳର ସହ ମୁକାବିଲା କରିବା ପାଇଁ ପ୍ରେରିତ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ଶ୍ରୀମତୀ ପୂଜା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ ଏବଂ କାର୍ଯ୍ୟକ୍ରମର ଅନ୍ୟତମ ସଂଯୋଜିକା ଶ୍ରୀମତୀ ପ୍ରିୟଦର୍ଶିନୀ ବଳ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ବିଭିନ୍ନ ଆତ୍ମରକ୍ଷା କୌଶଳକୁ ମଞ୍ଚରେ ଉପସ୍ଥାପନ କରିଥିଲେ । ସମସ୍ତ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷକ ଯୋଗ ଦେଇଥିଲେ ଏବଂ ସମସ୍ତ ଛାତ୍ରୀଙ୍କୁ ଶେଷରେ ଅତିଥିଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ରାଜ୍ୟ
ଛାତ୍ରୀ ମାନଙ୍କୁ ଆଠ ଦିନଧରି ଆତ୍ମରକ୍ଷା କୌଶଳ ତାଲିମ ପ୍ରଦାନ
- Hits: 325