ହେଡଲାଇନସ୍:

ସିଧାସିଧା 27 ଲକ୍ଷ ଟଙ୍କାର ଫାଇନ କଲା ଜିଏସଟି ବିଭାଗ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ଜିଏସଟି ଠକେଇ ଅଭିଯୋଗ ରେ ଗତ ପନ୍ଦର ତାରିଖ ଜିଏସଟି ବିଭାଗ ତରଫରୁ ପାଇକମାଲ ବ୍ଲକ ଡୁଙ୍ଗୁରିପାଳି ଗ୍ରାମର ବ୍ୟବସାୟୀ ରାଜେଶ କୁମାର ଅଗ୍ରୱାଲ ଙ୍କର ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଥିଲା । ରାଜେଶ କୁମାର ଅଗ୍ରୱାଲ ପାଇକମାଲ ଅଞ୍ଚଳର ଜଣେ ଜଣାଶୁଣା ସିମେଣ୍ଟ ଓ ଛଡ ବ୍ୟବସାୟୀ । ବ୍ୟବସାୟ ମାଧ୍ୟମରେ ସେ କ୍ରମାଗତ ଭାବରେ ସରକାରଙ୍କ ପାଉଣା ଟେକ୍ସ ଫାଙ୍କୁ ଥିବା ଅଭିଯୋଗ ପରେ ତାଙ୍କ ଉପରେ ବିଭାଗ ନଜର ରଖିଥିଲା । ପନ୍ଦର ତାରିଖ ଦିନ ଚଢ଼ାଉ କରି ଦୋକାନ ରୁ ସମସ୍ତ କାଗଜପତ୍ର ବିଭାଗ ଦ୍ୱାର ଜବତ କରାଯାଇଥିଲା । ଆଜି ରାଜେଶ କୁମାର ଅଗ୍ରୱାଲ ଉପରେ 27 ଲକ୍ଷ ଟଙ୍କାର ଫାଇନ କରାଯାଇଥିବା ବିଭାଗୀୟ ଅଧିକାରୀ ଶ୍ରୀ ରଜନୀ କାନ୍ତ ସେଠ ସୂଚନା ପ୍ରଦାନ କରିଛନ୍ତି ।

0
0
0
s2sdefault