ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମହା ବିଦ୍ୟାଳୟ ଅଧ୍ୟକ୍ଷ ଡ.ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ବରେ ଯୁକ୍ତଦୁଇ ବିଭାଗର ବାଳିକା ମାନଙ୍କର ଆତ୍ମ ସୁରକ୍ଷା ଶିବିର ଉଦଘାଟିତ ହୋଇ ଯାଇଛି । ଉକ୍ତ ସଭାରେ ଅଧ୍ୟକ୍ଷ ଡ.ନାୟକ ସ୍ବାଗତ ଭାଷଣ ସହ ଆତ୍ମ ସୁରକ୍ଷାର ଉପାଦେୟତା ସଂପର୍କରେ ବ୍ୟାଖ୍ୟା କରିଥିଲେ । ଆତ୍ମ ସୁରକ୍ଷା ଶିବିର ର ଭାରପ୍ରାପ୍ତ ଅଧିକାରୀ ଅଧ୍ୟାପିକା ସୁଶ୍ରୀ ରୀନା ଧର୍ମବିନାୟକ ଆତ୍ମ ସୁରକ୍ଷାର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ । ଅଧ୍ୟାପିକା ଡ.ସନ୍ଧ୍ଯାରାଣୀ କୁଅଁର,ଶ୍ରୀମତୀ ଣର୍ମିଲା ପଣ୍ତା,ପ୍ରଶିକ୍ଷିକା ସୁଶ୍ରୀ ଅର୍ପିତା ପ୍ରଧାନ ତଥା ଛାତ୍ରୀ ମାନେ ସ୍ବ ସ୍ବ ବକ୍ତବ୍ଯ ପ୍ରଦାନ କରିଥିଲେ । ପ୍ରଶିକ୍ଷିକା ସୁଶ୍ରୀ ପ୍ରଧାନ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷାର କେତୋଟି କୌଶଳ ପ୍ରଦର୍ଶନ କରିଥିଲେ । ଅଧ୍ୟାପିକା ଶ୍ରୀମତୀ ମୋନାଲିସା ସ୍ବାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ । ଉକ୍ତ ସଭାରେ ଅଧ୍ୟାପକ,ଅଧ୍ୟାପିକା ତଥା ବହୁ ସଂଖ୍ୟାରେ ଛାତ୍ରୀ ମାନେ ଯୋଗଦେଇ ସଭାକୁ ସଫଳ କରିଥିଲେ ।
ରାଜ୍ୟ
ଆତ୍ମ ସୁରକ୍ଷା ଶିବିର ଉଦଘାଟନୀ ଉତ୍ସବ ।
- Hits: 388