ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲା କୁ ସମ୍ପୂର୍ଣ୍ଣ ବାଲ୍ୟ ମୁକ୍ତ ଭାବରେ ଘୋଷଣା କରିବା ଓ ୬ଟି ପଞ୍ଚାୟତ କୁ ଶିଶୁ ମିତ୍ର ପଞ୍ଚାୟତ ଭାବରେ ଗଠନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯାନ ଆରମ୍ଭ କରଯାଇଛି।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟରେ ରିଆମାଳ ବ୍ଲକ ଠିଆନାଲ ଠାରେ ଏକ ଅନ୍ତଗୋଷ୍ଟି ଶିକ୍ଷଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଳାର ବାରକୋଟ ବ୍ଲକର ରମ୍ଭେଇ ଓ ସରୁଆଲି ପଞ୍ଚାୟତ, ରିଆମାଳ ବ୍ଲକ ର ବୁଢ଼ାପାଲ ପଞ୍ଚାୟତର ଶିଶୁ ସୁରକ୍ଷା କମିଟି ର ସଦସ୍ୟ ମାନେ ଉକ୍ତ ପଞ୍ଚାୟତର ସରପଞ୍ଚଙ୍କ ନେତୃତ୍ଵ ରେ ଜିଲ୍ଳାର ପ୍ରଥମ ବାଲ୍ୟବିବାହ ମୁକ୍ତ ଗ୍ରାମ ଠିଆନାଳ ଗ୍ରାମକୁ ପରିଦର୍ଶନ କରିଥଲେ। ସେହି ଗ୍ରାମରେ ଏହି କର୍ମଶାଳା ଅନୁଷ୍ଠିତ କରାଯାଇଥିଲା ଓ ଶିଶୁ ମିତ୍ର ପଞ୍ଚାୟତ ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ପ୍ରକ୍ରିୟା ଉପରେ ଶିଶୁ ସୁରକ୍ଷା କମିଟିର ସଦସ୍ୟ ମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଗ୍ରାମର ବାଲ୍ୟବିବାହ କମିଟିର ସଦସ୍ୟ ମାନେ କିପରି ଭାବରେ ତାଙ୍କ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଭାବରେ ଘୋଷଣା କରିଥିଲେ ଓ ତାର କଣ ପ୍ରଭାବ ଗ୍ରାମ ଉପରେ ପଡ଼ିଲା ତା ଉପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରୋମିଓ ମହାପାତ୍ର ଆଲୋଚନା କରିଥିଲେ।
ରମ୍ଭେଇ ପଞ୍ଚାୟତର ସରପଞ୍ଚ ରଶ୍ମିତା ବେହେରା,ସରୁଆଲି ପଞ୍ଚାୟତରେ ସରପଞ୍ଚ ସୁଭଦ୍ରା ସାହୁ ଓ ବୁଢ଼ାପାଲ ପଞ୍ଚାୟତର ସରପଞ୍ଚ ଦିଲ୍ଲୀପ ଆଚାର୍ଯ୍ୟ ଙ୍କ ସମେତ ସମସ୍ତ ପଞ୍ଚାୟତର ସୁପରଭାଇଜର, ସ୍କୁଲ ଶିକ୍ଷକ, ୱାର୍ଡ ମେମ୍ବର, ଅଙ୍ଗନବାଡ଼ି କର୍ମୀ, ସ୍ଵଂୟ ସହାୟକ ଗୋଷ୍ଠୀର ଅଧକ୍ଷ। ଓ ଏକସନ୍ଏଡ୍ ର ବ୍ଲକ୍ ଓ ପଞ୍ଚାୟତ ସଂଯୋଜକ ମାନେ ଯୋଗ ଦେଇ ନିଜର ମତାମତ ରଖିଥିଲେ। ସେହିପରି ଠିଆନାଳ ଗ୍ରାମର କମିଟି ସଦସ୍ୟ ଗୁରୁ ବାବୁ, ଅଜୟ ପ୍ରଧାନ, ରୋହିତ ପ୍ରଧାନ ଓ ଅନ୍ୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ଏକସନ୍ଏଡ୍ ଜିଲ୍ଲା ସଂଯୋଜକ ପୀତବାସ ବେହେରା ସଂଯୋଜନା କରିଥିବା ବେଳେ ଠିଆନାଳ ଗ୍ରାମବାସୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଚିନ୍ମୟ ସ୍ୱାଇଁ, ସିଆରଏସ ଅନୁଷ୍ଠାନର ସଂଯୋଜକ ପ୍ରମୋଦ ବାଗର୍ତି ପ୍ରମୁଖ ସହଯୋଗ କରିଥଲେ।
ରାଜ୍ୟ
ଶିଶୁ ମିତ୍ର ପଞ୍ଚାୟତ ଗଠନ ପାଇଁ ଅନ୍ତଗୋଷ୍ଟି ଶିକ୍ଷଣ ସମ୍ମିଳନୀ
- Hits: 449