ଭୁବନେଶ୍ୱର- ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜିର ଦିନରେ ପଞ୍ଜାବର ଦୀଲବାଗ ସିଂ ତିନୋଟି ନୂଆ ରେକର୍ଡ ପ୍ରତିଷ୍ଠା କରିଥିବା ବେଳେ ହରିୟାଣାର ଅମନ ଦୁଇଟି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି I
96 କେଜି ୟୁଥ ବାଳକରେ ଦୀଲବାଗ ସ୍ନାଚ ରେ 125 କେଜି କ୍ଲିନ ଆଣ୍ଡ ଜର୍କରେ 158 କେଜି ଏବଂ ମୋଟ ରେ 283 କେଜି ଉତ୍ତୋଳନ କରି ପୂର୍ବରୁ ଏହି ତିନୋଟି ଶୃଙ୍ଖଳରେ ଥିବା ସମସ୍ତ ରେକର୍ଡକୁ ଭାଙ୍ଗିଛନ୍ତି I
ସେହିପରି ହରିୟାଣାର ଅମନ କ୍ଲିନ ଆଣ୍ଡ ଜର୍କ ରେ 176 କେଜି ଉତ୍ତୋଳନ କରି ଏବଂ ମୋଟରେ 306କେଜି ଉତ୍ତୋଳନ କରି ପୂର୍ବରୁ ଏହି ଦୁଇଟି ଶୃଙ୍ଖଳରେ ଥିବା ସମସ୍ତ ରେକର୍ଡକୁ ଭଙ୍ଗ କରିଥିଲେ I
ସେହିପରି 76 କେଜି ବରିଷ୍ଠ ମହିଳା ବର୍ଗରେ ଆରଏସପିବିର ପୁନମ ୟାଦବ ସ୍ନାଚରେ 99କେଜି ଉତ୍ତୋଳନ କରି ପୂର୍ବରୁ ନିଜ ନାମରେ ଥିବା 98କେଜିର ରେକର୍ଡକୁ ଭଙ୍ଗ କରିଛନ୍ତି I
ଆଜି ଅନୁଷ୍ଠିତ 76 କେଜି ବରିଷ୍ଠ ମହିଳା ବର୍ଗରେ ଆରଏସପିବିର ପୁନମ ୟାଦବ ମୋଟ 214 କେଜି ଉତ୍ତୋଳନକରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି I ଏହି ବର୍ଗରେ ତାମିଲନାଡୁର ଆର. ଆରୋଚକିୟା ଅଲିଶ ମୋଟ 209 କେଜି ଉତ୍ତୋଳନ କରି ରୌପ୍ୟ ଏବଂ ମଣିପୁରର ଖ. ସରଜୁବାଳା ଦେବୀ ମୋଟ 196 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I
ଜୁନିୟର ମହିଳା 76 ବର୍ଗରେ ହରିୟାଣାର ଜ୍ୟୋତି ୟାଦବ ମୋଟ 184 କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ମହାରାଷ୍ଟ୍ରର ପ୍ରତୀକ୍ଷା କାଦୁ ମୋଟ 172 କେଜି ଉତ୍ତୋଳନ କଟି ରୌପ୍ୟ ଏବଂ ଆନ୍ଧ୍ରପ୍ରଦେଶର ପି. ଧାତ୍ରୀ ମୋଟ 171 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I
76 କେଜି ମହିଳା ୟୁଥ ବର୍ଗରେ ହରିୟାଣାର ଶୀତଳ ମୋଟ 149 କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ପଣ୍ଡିଚେରୀର ଭି. ଦେବୀ ମୋଟ 148 କେଜି ଉତ୍ତୋଳନ କରି ରୌପ୍ୟ ପଦକ ଏବଂ ଉତ୍ତରପ୍ରଦେଶର ଜ୍ୟୋତି ୟାଦବ ମୋଟ 139 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I
96 କେଜି ସିନିୟର ପୁରୁଷ ବର୍ଗରେ ଅରୁଣାଚଳ ପ୍ରଦେଶର ସମ୍ବୋ ଲାପୁଙ୍ଗ ମୋଟ 336 କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ଆରଏସପିଇବିର ଆର.ଭି. ରାହୁଲ 335 କେଜି ଉତ୍ତୋଳନ କରି ରୌପ୍ୟ ଏବଂ ଏସଏସସିବିର ଜଗଦିଶ 333 କେଜି ଉତ୍ତୋଳନ କରି ତୃତୀୟ ସ୍ଥାନ ହାସଲ କରିଛନ୍ତି I
96 କେଜି ଜୁନିୟର ପୁରୁଷ ବର୍ଗରେ ହରିୟାଣାର ଅମନ ସ୍ବର୍ଣ୍ଣ ପଦକ, ମହାରାଷ୍ଟ୍ରର ତେଜସ ଲୋଖଣ୍ଡେ ରୌପ୍ୟ ଏବଂ ଉତ୍ତରପ୍ରଦେଶର ଅନୁକୂଶ କୁମାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I
96 କେଜି ୟୁଥ ପୁରୁଷ ବର୍ଗରେ ପଞ୍ଜାବର ଦୀଲବାଗ ସିଂ ସ୍ୱର୍ଣ୍ଣ, ଆନ୍ଧ୍ରର ଏନ. ନରସିଂହ ନାୟକ ରୌପ୍ୟ ଏବଂ ଦିଲ୍ଲୀର ଆୟୁଷ ଭରଦ୍ୱାଜ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I
ରାଜ୍ୟ
ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପ: ଦୀଲବାଗଙ୍କ 3 ଓ ଅମନଙ୍କ 2 ନୂଆ ରେକର୍ଡ
- Hits: 305