ରାୟଗଡରୁ ସରୋଜ କୁମାର ସାହୁ: ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତରେ ଥିବା ଜାଙ୍ଗେସୁ ଗ୍ରାମରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପ୍ରୟାସ କରିଛି ରାୟଗଡ ଜିଲ୍ଲା ବିକାଶ ମଞ୍ଚ । ଏହି ପରିପ୍ରେକ୍ଷୀରେ ଆଜି ରାୟଗଡ ସଦର ମହକୁମାଠାରୁ ପ୍ରାୟ ୩୦ କିଲୋମିଟର ଦୁରତାରେ ଆନ୍ଧ୍ର ଓ ଓଡିଶା ସୀମାନ୍ତରେ ଅବସ୍ଥିତ ଗାଜିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାଙ୍ଗେସୁ ଗ୍ରାମରେ ପହଞ୍ଚି ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତିକା, ଲିଖନୀ ପୁସ୍ତିକା, ପେନସିଲ, ରବର ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଉକ୍ତ ଗ୍ରାମ ଠାରୁ ପ୍ରାୟ ୩୦୦ ମିଟର ଦୂରରେ ଆନ୍ଧ୍ରପ୍ରଦେଶର ବିଦ୍ୟାଳୟ ରହିଛି । ଉକ୍ତ ଜାଙ୍ଗେସୁ ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ଗୃହ ରହିଥିବା ବେଳେ ସେଠାରେ କମ ସଂଖ୍ୟକ ଛାତ୍ରଛାତ୍ରୀ ରହିଥିବା ଦର୍ଶାଇ ଉକ୍ତ ବିଦ୍ୟାଳୟ ଟିକୁ ବନ୍ଦ କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଯାହା ଫଳରେ ସେହି ଗ୍ରାମରେ ଥିବା ଛାତ୍ରଛାତ୍ରୀ ମାନେ କୌଣସି ବିଦ୍ୟାଳକୁ ଯାଉ ନଥିବା ଓ ପାଠ ପ୍ରତି ଆଗ୍ରହ ନଥିବା ଦେଖା ଦେଇଥିଲା । ତେଣୁ ଉକ୍ତ ଅଞ୍ଚଳର ବିଦ୍ୟାଳରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ରାୟଗଡ ଜିଲ୍ଲା ବିକାଶ ମଞ୍ଚ ତରଫରୁ ଏହି ଭଳି ପ୍ରୟାସ କରାଯାଇଥିଲା । ଜାଙ୍ଗେସୁ ଗ୍ରାମର ଲୋକେ ସେଠାରେ ଥିବା ବିଦ୍ୟାଳକୁ ପୁନଃ କାର୍ଯ୍ୟକ୍ଷମ କଲେ ଗ୍ରାମରେ ଥିବା ଛୋଟ ଛୋଟ ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହୋଇ ଭଲ ପାଠ ପଢିବେ ବୋଲି ପ୍ରକାଶ କରିବା ସହ ଆମ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ । ଏହି ସବୁକୁ ଦୃଷ୍ଟିରେ ରଖି ରାୟଗଡ ଜିଲ୍ଲା ବିକାଶ ମଞ୍ଚ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ସୀମାନ୍ତରେ ନିଜର ପ୍ରୟାସ ଜାରୀ ରଖିଥିବା ଓ ଆଗକୁ ଅନେକ କାର୍ଯ୍ୟ କରାଯିବା ନେଇ ସଭାପତି ଦୟାନନ୍ଦ ଖାଡଙ୍ଗା ପ୍ରକାଶ କରିଛନ୍ତି । ଏହି ଅବସରରେ ରାୟଗଡ ଜିଲ୍ଲା ବିକାଶ ମଞ୍ଚର ସଭାପତି ଦୟାନନ୍ଦ ଖାଡଙ୍ଗା ନେତୃତ୍ୱରେ ରାୟଗଡ ଜିଲ୍ଲା ବିକାଶ ମଞ୍ଚର ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକ, ଉପଦେଷ୍ଟା ସାରଥୀ ପଟନାୟକ, ସଭ୍ୟ ମନୋଜ କୁମାର ସାହୁ, ସୁରେଶ ସାହୁ, ସରୋଜ କୁମାର ସାହୁ ଓ ସାହୁ କୁଲଦୀପ ପ୍ରମୂଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ରାଜ୍ୟ
ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତରେ ଥିବା ଜାଙ୍ଗେସୁ ଗ୍ରାମରେ ଓଡ଼ିଆ ଭାଷା ପୁସ୍ତିକା ବଣ୍ଟନ କଲା ରାୟଗଡ ଜିଲ୍ଲା ବିକାଶ ମଞ୍ଚ
- Hits: 335