"ରାଜ୍ୟ ନେତୃତ୍ୱ ଦୁର୍ବଳ, ସଜାଡ଼ିବାର ଆବଶ୍ୟକତା ରହିଛି"
ଭୁବନେଶ୍ୱର : ପଂଚାୟତ ଓ ପୌର ନିର୍ବାଚନରେ ବିଜେପିର ଲଗାତାର ବିପର୍ଯ୍ୟୟ ପାଇଁ ରାଜ୍ୟ ନେତୃତ୍ୱକୁ ଦାୟୀ କରିଛନ୍ତି ସାଂସଦ ଅପରାଜିତା | ସମସ୍ତ ନିର୍ବାଚନକୁ ସାମ୍ନା କରିବା ଓ ଜିତିବାର ସାମର୍ଥ୍ୟ ବିଜେପିର ରହିଛି | ସାରା ରାଜ୍ୟରେ ବିଜେପିର ସମର୍ଥ କର୍ମୀ ଅଛନ୍ତି । ସେମାନଙ୍କ ମଧ୍ୟରେ ଉତ୍ସାହ ଅଛି । ହେଲେ କୋଉଠି ନ କୋଉଠି ବିଜେପି ରାଜ୍ୟ ନେତୃତ୍ୱରେ ଭୁଲ ରହିଯାଉଛି ବୋଲି କହିବା ସହ "ରାଜ୍ୟ ନେତୃତ୍ୱ ଦୁର୍ବଳ, ସଜାଡ଼ିବାର ଆବଶ୍ୟକତା ରହିଛି "ବୋଲି ମଧ୍ୟ କହିଛନ୍ତି ଅପରାଜିତା | ଭୁବନେଶ୍ୱର ମହାନଗର ନିଗମ ପରାଜୟ ପାଇଁ ଆଜି ମୁହଁ ଖୋଲି ବିଜେପି ନେତ୍ରୀ ତଥା ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ ନେତୃତ୍ୱ ସୁଦୃଢ ଥିଲେ ଦଳକୁ ଏପରି ପରାଜୟର ସାମନା କରିବାକୁ ପଡିନଥାନ୍ତା । ତେଣୁ ପରାଜୟ ପାଇଁ ଦଳର ଦୁର୍ବଳ ନେତୃତ୍ୱ ହିଁ ଦାୟୀ " |