ପୁରୀ(ଅନିମେଶ ପଟ୍ଟନାୟକ): ଶନିବାର ସରିଛି ପୁରୀ ଜିଲ୍ଲା ବାର ଆସୋସିଏସନର ନିର୍ବାଚନ। ସନ୍ଧ୍ୟାରେ ଗଣନା କରାଯାଇ ଫଳାଫଳ ଘୋଷିତ କରିଛନ୍ତି ନିର୍ବାଚନ ଅଧିକାରୀ ଅଡଭୋକେଟ ପ୍ରଦୀପ କୁମାର ରଥ । ପୁରୀ ବାର ଆସୋସିଏସନକୁ ମିଳିଛି ନୂଆ ସଭାପତି । ନୂତନ ସଭାପତି ଭାବେ ଜୟରାମ ବସ୍ତିଆ ନିର୍ବାଚିତ ହୋଇଛନ୍ତି । ଜୟରାମ ୪୮୬ ଖଣ୍ଡ ଭୋଟ ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।
ସେହିପରି ଉପସଭାପତି ଭାବେ କାଳି ପ୍ରସାଦ ନାୟକ ନିର୍ବାଚିତ ହୋଇଛନ୍ତି । ସେ ୫୬୮ ଖଣ୍ଡ ଭୋଟ ପାଇଛନ୍ତି । ଆସୋସିଏସନର ସାଧାରଣ ସମ୍ପାଦକ ଭାବେ ବିଭୂତି ଭୂଷଣ ତ୍ରିପାଠୀଙ୍କୁ ୬୭୧ ଖଣ୍ଡ ଭୋଟ ମିଳିଥିବା ବେଳେ ବିଭୂଦତ୍ତ ପଟ୍ଟନାୟକ (୫୩୩), ଚିତ୍ତରଞ୍ଜନ ବିଶ୍ଵାଳ (୪୨୧), ପ୍ରଶାନ୍ତ କୁମାର ରାଣା (୩୬୨) ଖଣ୍ଡ ଭୋଟ ପାଇ ସହ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଭାଗବତ ପ୍ରସାଦ ପଟ୍ଟନାୟକ (୬୬୮), ଅନିଲ କୁମାର ସାହୁ(୬୬୭), ବିଶ୍ଵଭୂଷଣ ବାରିକ (୬୦୫), ସୋମନାଥ ରାଣା (୫୯୫) ଏବଂ ତପନ କୁମାର ବାରିକି (୫୦୭) ଖଣ୍ଡ ଭୋଟ ପାଇ ଏଗ୍ଜେକୁଟିଭ ମେମ୍ବର ଭାବେ ନିର୍ବାଚିତ ହୋଇଥିବା ଜଣା ପଡିଛି ।