ହେଡଲାଇନସ୍:

ରଣପୁର ପୌରାଧ୍ୟକ୍ଷା ହେଲେ ବିଜେଡିର ରଙ୍ଗିନୀ ମହାନ୍ତି.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ସ୍ୱାଧୀନ ପ୍ରାର୍ଥୀ ମଧୁସ୍ମିତା ପ୍ରହରାଜଙ୍କ ଠାରୁ 323ଭୋଟ ରେ ବିଜୟୀ ହେଲେ ରଙ୍ଗୀନ
  • ବିଜେଡି ହାତକୁ ଗଲା ୧୧ କାଉସିଲର, ଦୁଇଟିରେ ବିଜେପି ଓ ଦୁଇଟିରେ ସ୍ୱାଧୀନ

ରଣପୁର/ ପ୍ରସନ୍ନ ସାମନ୍ତରାୟ : ନୟାଗଡ ଜିଲ୍ଲା ରଣପୁର ଏନଏସି ଚେୟାରମ୍ୟାନ  ଵା ପୌରାଧ୍ୟକ୍ଷା  ଭାବେ ବିଜେଡିର ରଙ୍ଗିନୀ ମହାନ୍ତି ବିଜୟୀ ହୋଇଛନ୍ତି | ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ତଥା  ବିଜେଡି ଅସନ୍ତୁଷ୍ଟ ସ୍ୱାଧୀନ ପ୍ରାର୍ଥୀ ମଧୁସ୍ମିତା ପ୍ରହରାଜ ଙ୍କୁ 323 ଭୋଟରେ ପରାସ୍ତ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ  ମଧୁସ୍ମିତା ମୋଟ 3892ଭୋଟ ପାଇଥିବା ବେଳେ ବିଜେଡି ର ରଙ୍ଗିନୀ ମହାନ୍ତି 4215ଭୋଟ ପାଇଛନ୍ତି | ସେହିଭଳି ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ମୋଟ 15ଟି ୱାର୍ଡ ହୋଇଥିବା ବେଳେ ସେଥିମଧ୍ୟରୁ 11ୱାର୍ଡ କାଉନସିଲର ଭାବେ ବିଜୁଜନତା ଦଳ ର ପ୍ରାର୍ଥୀମାନେ ବିଜୟଲାଭ କରିଛନ୍ତି | ଅନ୍ୟ ଚାରାଟି ମଧ୍ୟରୁ ଦୁଇ ଟି ସ୍ୱାଧୀନ ଓ ଦୁଇ ଟି  ବିଜେପି କାଉନସିଲର ପ୍ରାର୍ଥୀ  ବିଜୟୀ ହୋଇଛନ୍ତି | ବିଜୟୀ କାଉସିଲର ପ୍ରାର୍ଥୀ ହେଲେ 1 ନମ୍ବର ରୁ ବିଜୁ ଜନତା ଦଳର ଶାନ୍ତିଲତା ସାହୁ, ୱାର୍ଡ 2ରୁ ସ୍ୱାଧୀନ ପ୍ରାଥୀ ପୁଷ୍ପାଞ୍ଜଳି ବେହେରା, 3ରୁ ବିଜେଡି ପ୍ରାଥୀ ଟୁନିପ୍ରିୟା ନାହାକ,  4ରୁ ବିଜେଡି ପ୍ରାର୍ଥୀ ବିଶ୍ୱରଂଜନ ପଟ୍ଟନାୟକ 5ରୁ ବିଜେଡି ପ୍ରାର୍ଥୀ ଦୀନେଶ ପରିଡା, 6ନମ୍ବର ରୁ ବିଜେପି ପ୍ରାର୍ଥୀନି, ସୋନାଲି ପ୍ରଧାନ, 7ରୁ ବିଜେପି ପ୍ରାର୍ଥୀନି  କଲ୍ୟାଣୀ ପ୍ରଧାନ, 8ରୁ ବିଜେଡି ପ୍ରାର୍ଥୀନି ଜୟନ୍ତୀ ମହାରଣା,  9ରୁ ବିଜେଡି ପ୍ରାର୍ଥୀନି  କମଲାଖି ଦେବୀଦର୍ଶିନୀ,  10ରୁ ନଳିତା ସ୍ୱାଇଁ ବିଜେଡି ଓ  11ରୁ ମମତା ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି | ସେହି ଭଳି 12ରୁ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ନାୟକ,  13ରୁ ବିଜେଡିପ୍ରାର୍ଥୀନି ସନ୍ଧ୍ୟା ରାଣୀ ନାୟକ,  14ରୁ ବିଜେଡି ପ୍ରାର୍ଥୀନି ଲକ୍ଷ୍ମୀ ପ୍ରିୟା ତ୍ରିପାଠୀ,  15ରୁ ବିଜେଡି ପ୍ରାର୍ଥୀ ରମାକାନ୍ତ ସାହୁ ବିଜୟ ଲାଭ କରିଛନ୍ତି | ଫଳାଫଳ ପ୍ରକାଶ ପାଇବା ପରେ  ବିଜୁଜନତା ଦଳ ତରଫରୁ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା |  ସମସ୍ତ ବିଜେଡି କାଉସିଲର ଓ ଚେୟାରମ୍ୟାନ  ରଙ୍ଗିନୀ ମହାନ୍ତିଙ୍କ  ସହିତ ବିଧାୟକ ସତ୍ୟନାରାୟଣ ପ୍ରଧାନ ଏବଂ  ନୟାଗଡ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ଯୁବନେତା ଲିଙ୍ଗରାଜ ନାୟକ ପ୍ରମୁଖ  ସାମିଲ ହୋଇ ରଣପୁର ସହର ପରିକ୍ରମା କରିଥିଲେ |

0
0
0
s2sdefault