ହେଡଲାଇନସ୍:

ଯୁକ୍ତ-୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଘୋଷଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଅପ୍ରେଲ ୨୮ରୁ ଆରମ୍ଭ ହେବ ପରୀକ୍ଷା

  • ମୂଲ୍ୟାଙ୍କନ ପାଇଁ ଦୈତ ପଦ୍ଧତି ଗ୍ରହଣ କରାଯିବ

ଭୁବନେଶ୍ୱର :ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହେବାକୁ ଥିବା ଚଳିତ ବୋର୍ଡ ପରୀକ୍ଷା ଆସନ୍ତା ଅପ୍ରେଲ ୨୮ ତାରିଖରୁ ଆରମ୍ଭ ହୋଇ ମଇ ୨୪ ତାରିଖରେ ଶେଷ ହେବ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ରାଜ୍ୟର ପ୍ରାୟ ୩ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ପରୀକ୍ଷା ଦେବୋ
ବିଗତ ଦୁଇବର୍ଷ ଧରି କୋଭିଡ୍‌-୧୯ଜନିତ ମହାମାରୀ ପରିସ୍ଥିତିରେ ଗତି କରୁଥିବା ଛାତ୍ରଛାତ୍ରୀମାନଙ୍କ ମାନସିକ ଓ ଶିକ୍ଷାଗ୍ରହଣ ଅବସ୍ଥାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପାଇଁ ପରୀକ୍ଷା ଓ ମୂଲ୍ୟାଙ୍କନ ପ୍ରଣାଳୀ ସ୍ଥିର କରିବା ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ, ଶିକ୍ଷକସମାଜ, ଅଭିଭାବକ ସଂଗଠନ, ବରିଷ୍ଠ ଶିକ୍ଷାବିତ୍‌, ଛାତ୍ରଛାତ୍ରୀ ଏବଂ ବିଭିନ୍ନ ଶିକ୍ଷାପଦାଧିକାରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ । ଆଲୋଚନାରୁ ମିଳିଥିବା ପରାମର୍ଶ ଅନୁସାରେ ଛାତ୍ରଛାତ୍ରୀମାନଙ୍କ ଉପରେ ପରୀକ୍ଷାର ଚାପକୁ କମାଇବା ପାଇଁ ପରିଷଦ ନିମ୍ନଲିଖିତ ନିଷ୍ପତ୍ତି ନେଇଛନ୍ତି ।
ଚଳିତ ବର୍ଷ ଯୁକ୍ତ-୨ ପରୀକ୍ଷା ଅଫଲାଇନ୍‌ ମୋଡ଼୍‌ରେ ହେବ ଏବଂ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେବ ।
ଚଳିତ ବର୍ଷର ସମସ୍ତ ପ୍ରାକ୍‌ଟିକାଲ୍‌ ପରୀକ୍ଷା ନିଜ ନିଜ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହେବ । ମୂଲ୍ୟାୟନ ନିମନ୍ତେ ଦୁଇ ପ୍ରକାରର ମୂଲ୍ୟାୟନ ପଦ୍ଧତି ଗ୍ରହଣ କରାଯିବ ।
ପ୍ରଥମଟି ହେଲା ବିଦ୍ୟାଳୟ ସ୍ତରରେ ହୋଇଥିବା ଇଣ୍ଟରନାଲ୍‌ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ପାଇଥିବା ମାର୍କକୁ ୨୦% େୱଟେଜ୍‌ ଦିଆଯିବ । ଏଥି ପାଇଁ ତିନୋଟି ଇଣ୍ଟରନାଲ୍‌ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯିବ । ବୋର୍ଡ ପରୀକ୍ଷାରେ ର ଖିଥିବା ନ ମ୍ବରକୁ ୮୦% ୱଟେଜ୍‌ ଦିଆଯିବ । ଏପରି ଉଭୟ ଇଣ୍ଟରନାଲ୍‌ ପରୀକ୍ଷା ଏବଂ ଯୁକ୍ତ-୨ ବୋର୍ଡ ପରୀକ୍ଷା େୱଟେଜ୍‌ ଭିତ୍ତିରେ ଫଳାଫଳ ଚୂଡ଼ାନ୍ତ କରାଯିବ ।
ଦ୍ୱିତୀୟଟି ହେ ଲ । କେବଳ ଯୁକ୍ତ -୨ ବୋର୍ଡ ପରୀକ୍ଷାରେ ର ଖିଥିବା ନ ମ୍ବରକୁ ୧୦୦% ୱଟେଜ୍‌ ଦିଆଯିବ । ଉପରୋକ୍ତ ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥିରେ ଅଧିକ ମାର୍କ ରହିବ ତାହାକୁ ସଂପୃକ୍ତ ବିଷୟରେ ମାର୍କ ଭାବେ ବିଚାର କରାଯିବ । ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ପରୀକ୍ଷା ସିଟିଂ ସକାଳ ୯ଟାରୁ ଆରମ୍ଭ ହେବ ଏବଂ ଦିନକୁ ଗୋଟିଏ ସିଟିଂ ପରୀକ୍ଷା ହେବ ।
ପରୀକ୍ଷା ସାରଣୀ ଏବଂ ମୂଲ୍ୟାଙ୍କନ ପଦ୍ଧତି ବିଷୟରେ ପରିଷଦ ପକ୍ଷରୁ ସବିଶେଷ ନିର୍ଦ୍ଦେଶନାମା ଯୁକ୍ତ-୨ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ୧୦ ଦିନ ମଧ୍ୟରେ ପଠାଇ ଦିଆଯିବ ବୋଲି ପରିଷଦର ଅଧ୍ୟକ୍ଷଙ୍କଠାରୁ ପ୍ରକାଶ ।

0
0
0
s2sdefault