ଯୋଡ଼ା(ଶାସକ ପ୍ରଶାସକ) : ଅଂଚଳରେ ନିରନ୍ତର ଜୀବନଜୀବିକାର ପ୍ରସାର କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ କିଚେନ୍ ଗାର୍ଡେନ୍ ସ୍ଥାପନ କରିବା ଲାଗି ଗତ ତିନି ମାସ ଧରି ଗୁଆଲି ଗ୍ରାମ ପଂଚାୟତର ୧୫୦ ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଛି ।
କିଚେନ୍ ଗାର୍ଡେନ୍ର ଗୁରୁତ୍ୱ ବହୁଗୁଣା ରହିଛି । ଏହା କମ୍ ବ୍ୟୟବହୁଳ, ନିୟମିତ ଓ ହାତ ପାଆନ୍ତାରେ ସତେଜ ପନିପରିବା ଯୋଗାଣକୁ ନିଶ୍ଚିତ କରୁଛି ଯାହା ହେଉଛି ପୁଷ୍ଟିର ମୂଳ ଆଧାର । ସବୁଜ ପନିପରିବାରେ ରହିଛି ଭିଟାମିନ୍, ଖଣିଜ ଓ ଅଣୁ ପୋଷକ ତତ୍ୱ ଯାହା ଲୋକମାନଙ୍କୁ ରୋଗ ବିରୋଧରେ ସୁରକ୍ଷା ପ୍ରଦାନ କରିବ । ଗୁଆଲି ଗ୍ରାମ ପଂଚାୟତରେ ଏହି ଧରଣର ଚାଷ ବେଶ୍ ଲୋକପ୍ରିୟ ହୋଇପାରିଛି ।
କିଚେନ୍ ଗାର୍ଡେନିଂ ପାଇଁ ପ୍ରତ୍ୟକ୍ଷ ପ୍ରଶିକ୍ଷଣ ବ୍ୟତୀତ ସହାୟତାର ଅଂଶ ସ୍ୱରୂପ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ପରିବାରଗୁଡ଼ିକୁ ବାଡ଼ ଲାଗି ଜାଲ ଓ ବିହନ ଆଦି ପ୍ରଦାନ କରାଯାଉଛି ।
ବିବିଧ-ସ୍ତରର ଚାଷ ବର୍ଷତମାମ ପନିପରିବା ଚାଷ କରିବା ଲାଗି ଚାଷୀମାନଙ୍କ ପାଇଁ ନୂଆ ଦ୍ୱାର ଉନ୍ମୁକ୍ତ କରିଛି କାରଣ ଏଥିରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାର ବିପଦ କମ୍ ରହିଥାଏ । ଏହା ଏକ ସମ୍ଭାବନାର ପ୍ରଯୁକ୍ତି କାରଣ ଏଥିରେ ପ୍ରାକୃତିକ ସମ୍ବଳର ଉପଯୁକ୍ତ ବ୍ୟବହାର ହୋଇଥାଏ । ଏହି ବ୍ୟବସ୍ଥା ପରିବେଶ କାରକଗୁଡ଼ିକର ଉତମ ବ୍ୟବହାର, ବିବିଧ ପରିବେଶ ସ୍ଥିତିରେ ଶେଷ୍ଠ ଅମଳ ସ୍ଥିରତା ସମେତ ମୃତିକା ଓ ଅନ୍ୟାନ୍ୟ ସମ୍ବଳର ସଂରକ୍ଷଣ ପ୍ରଦାନ କରିଥାଏ ।
କେନ୍ଦୁଢ଼ିର ବାସିନ୍ଦା ହୀରାବତି ନାୟକ କିଚେନ୍ ଗାର୍ଡେନିଂରେ ବେଶ ସଫଳ ହୋଇଛନ୍ତି ଓ ଗ୍ରାମର ଅନ୍ୟମାନଙ୍କ ପାଇଁ ରୋଲ୍ ମଡେଲ୍ ଭାବେ ଉଭା ହୋଇଛନ୍ତି । ନିଜର ଖୁସି ଜାହିର କରି ସେ କହିଛନ୍ତି “କିଚେନ୍ ଗାର୍ଡେନ୍ ସ୍ଥାପନ କରିବା ଲାଗି ସହାୟତା ପ୍ରଦାନ କରିଥିବାରୁ ସେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍କୁ ଧନ୍ୟବାଦ ଜଣାଇଛନ୍ତି । କୁକୁଡ଼ା ଏବଂ ଅନ୍ୟାନ୍ୟ ଗୃହପାଳିତ ପଶୁଙ୍କ ଠାରୁ ମୋ ବଗିଚାକୁ ସୁରକ୍ଷା ପ୍ରଦାନ କରିବା ଲାଗି ମୁଁ ସେଗୁଡ଼ିକୁ ଘୋଡ଼େଇ ରଖିଛି । ଏବେ, ମୋ ବାଡ଼ିପଟରେ ସତେଜ ପନିପରିବା ରହିଛି ଏବଂ ସେଥିରୁ କିଛି ମୁଁ ଗୋଷ୍ଠୀରେ ବିକ୍ରି ମଧ୍ୟ କରୁଛି ।’’
ରାଜ୍ୟ
କିଚେନ୍ ଗାର୍ଡେନିଂ ଜରିଆରେ ନିରନ୍ତର ଜୀବନଜୀବିକାର ପ୍ରସାର
- Hits: 359