ଶାସକ ପ୍ରଶାସକ/ ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ଓ ଦିଲ୍ଲୀ ପ୍ରଦେଶ ପ୍ରଭାରୀ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ସଫଳ ଋଣନୀତି ଓ ଗୋଟି ଚାଳନା ଯୋଗୁଁ ଆସାମରେ ହୋଇଥିବା ୮୦ଟି ମ୍ୟୁନିସିପାଲଟି ବୋର୍ଡ ନିର୍ବାଚନରେ ବିଜେପି ୭୭ ମ୍ୟୁନିସିପାଲଟି ବୋର୍ଡ ଗଠନ କରିବାକୁ ଯାଉଛି। ବୈଜୟନ୍ତଙ୍କ ତତ୍ତ୍ବାବଧାନରେ ଆସାମ ବିଧାନସଭା ନିର୍ବାଚନରେ ଦଳର ବିପୁଳ ବିଜୟ ଓ ସରକାର ଗଠନ ପରେ ଏହି ପୌର ପରିଷଦ ନିର୍ବାଚନ ଥିଲା ବୈଜୟନ୍ତଙ୍କ ପାଇଁ ଏକ ବଡ ଆହ୍ବାନ । ବୈଜୟନ୍ତଙ୍କ ଉପରେ କେନ୍ଦ୍ରୀୟ ନେତୃବୃନ୍ଦ ଯେଉଁ ଆସ୍ଥା ପ୍ରକଟ କରିଥିଲେ ଏହି ନିର୍ବାଚନରେ ସେ ଏହାକୁ ପ୍ରମାଣିତ କରିଛନ୍ତି ।
ବୈଜୟନ୍ତଙ୍କ ଦକ୍ଷ ନେତୃତ୍ବ, ଆସାମ ପ୍ରଦେଶର ଲଢୁଆ କାର୍ଯ୍ୟକର୍ତ୍ତା ଓ ପ୍ରଦେଶ ପଦାଧିକାରୀଙ୍କ କଠିନ ପରିଶ୍ରମ ବଳରେ ବିଧାନ ସଭା ନିର୍ବାଚନରେ ବିପୁଳ ସଫଳତା ମିଳିବା ସହ ୨୪ଟି ଜିଲ୍ଲାରେ ୯୭୭ ୱାର୍ଡରେ ୮୦ଟି ମ୍ୟୁନିସିପାଲଟି ବୋର୍ଡ ନିର୍ବାଚନରେ ବିଜେପି ୭୭ ମ୍ୟୁନିସିପାଲଟି ବୋର୍ଡ ଗଠନ କରିବା ଏକ ବଡ ଚ୍ୟାଲେଞ୍ଜ ଥିଲା କାରଣ ସହରାଞ୍ଚଳର ମତଦାତା ସାଧାରଣତଃ ଅଧିକ ସଚେତନ ଓ ଶିକ୍ଷିତ, ଆସାମ ପ୍ରଦେଶ ସୀମାବର୍ତ୍ତୀ ଜିଲ୍ଲାଗୁଡିକରେ ଅନ୍ୟ ରାଜ୍ୟର ପ୍ରଭାବ ରହିଥାଏ କିନ୍ତୁ ବୈଜୟନ୍ତଙ୍କ ପ୍ରାର୍ଥୀ ଚୟନ, ଋଣନୀତି ଓ ସଠିକ ଆଭିମୁଖ୍ୟ ଯୋଗୁଁ ଏହି ସଫଳତା ମିଳିଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।