ପୌର ନିର୍ବାଚନ ନିମନ୍ତେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ଵଜିତ ନାୟକ) -ନୟାଗଡ଼  ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଧନଞୟ ସ୍ୱାଇଁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନୟାଗଡ଼ ଜିଲ୍ଲାରେ ପୌର ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଛନ୍ତି । ସେ   ନୟାଗଡ଼ରେ ପହଁଚି ଜିଲ୍ଲାପାଳଙ୍କ ମିନି ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟଙ୍କ ସହିତ ନିର୍ବାଚନ ସମ୍ବନ୍ଧୀୟ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବସ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ,ଡେପୁଟୀ କଲେକ୍ଟର(ନିର୍ବାଚନ) ଆୟୁଷୀ ମହାପାତ୍ର,ଦଶପଲ୍ଲା ଏବଂ ରଣପୁରର ନିର୍ବାଚନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାର୍ଥୀମାନେ ଯେଭଳି କୋଭିଡ୍ କଟକଣା ଓ ନିର୍ବାଚନ ଆଚରଣ ବିଧି ଠିକ୍ ଭାବରେ ପାଳନ କରିବା ସହ ଶାନ୍ତି ଶୃଙ୍ଖଳା ସହିତ ସେମାନଙ୍କ ପ୍ରଚାର କାର୍ଯ୍ୟକ୍ରମ କରିବେ ସେଥି ପ୍ରତି ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ସତର୍କ ଦୃଷ୍ଟି ରଖିବାକୁ ସମୀକ୍ଷା ବୈଠକରେ ପରାମର୍ଶ ଦେଇଥିଲେ ।

0
0
0
s2sdefault