କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ଥାନା ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ପାଲିଗାଁରେ ମହିଳା ଜଣକ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ପୁଲିସ କହିବା ଅନୁଯାୟୀ କୌଣସି କାରଣରୁ ବୃନ୍ଦାବନ ବାଗମାରୁଙ୍କ ସ୍ତ୍ରୀ ହେମଲତା ବାଗମାରୁ(୨୨) ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଛି ।ଉକ୍ତ ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ସୁକୁମା ହଂସୁଦା ଘଟଣା ସ୍ଥଳରେ ପହଞ୍ଚି ଘଟଣା ବିଷୟରେ ଅନୁଧ୍ୟାନ କରି ଶବ ଜବତ କରିବା ପରେ କେସ ନମ୍ବର ୧/୨୨ଅପମୃତ ମାମଲା ରୁଜୁ କରିଥିଲେ ।ଶବ ବ୍ୟବଚ୍ଛେଦ କରି ପରିବାରଙ୍କୁ ହସ୍ତାନ୍ତର କରିଥିଲେ ।ଉକ୍ତ ଘଟଣାର ତଦନ୍ତ ଚାଲିଛି ଓ ଫାଶୀ ହୋଇଥିବା ଦୌଡ଼ି ଜବତ କରାଯାଇଛି ।ମୃତ ମହିଳାଙ୍କ ଘର କାଶୀପୁର ବ୍ଲକ ସାଗବାରି ଗାଁ ବୋଲି ଜଣାପଡିଛି । ପ୍ରାୟ୨୧ ଦିନ ହେବ ଉଭୟେ ପ୍ରେମ ବିଭାହ କରିଥିଲେ ।ବର୍ତ୍ତମାନମୃତ୍ୟୁ ର କାରଣ ଜଣାପଡିନାହିଁ ।ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ କହିଛନ୍ତି ।
ରାଜ୍ୟ
ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କଲେ ମହିଳା।
- Hits: 547