ଜଗତସିଂହପୁର ଜିଲ୍ଲାରେ ପୌର ନିର୍ବାଚନ ନିମନ୍ତେ ରାଜନୈତିକ ଦଳମାନଙ୍କ ସହ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହ ଠାରେ ଜିଲ୍ଲାରେ ପୌର ନିର୍ବାଚନ ସ୍ବଚ୍ଛ, ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ନିମନ୍ତେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ପାରୁଲ ପଟାୱରୀ କହିଲେ ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ଓ ପାରାଦ୍ଵୀପ ପୌର ପରିଷଦ ପାଇଁ ସାଧାରଣ ନିର୍ବାଚନ ମାର୍ଚ୍ଚ ୨୪ ତାରିଖରେ ଅନୁଷ୍ଠିତ ହେବ । ଜିଲ୍ଲାରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନିମନ୍ତେ ରାଜନୈତିକ ଦଳର ପ୍ରତିନିଧ୍ଵ ଓ କର୍ମକର୍ତା ସଚେତନ ହେବା ସହ ପୂର୍ଣ୍ଣ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥ୍ ସହିତ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ବାରା ୨୫ ଫେବୃୟାରୀରୁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧ ପ୍ରତ୍ୟେକ ପ୍ରାର୍ଥୀ ଓ ରାଜନୈତିକ ଦଳମାନେ କଡାକଡି ପାଳନ କରିବାକୁ ପରାମର୍ଶ ଦେଇଥିଲେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜ କାନ୍ତ ମହାନ୍ତି ଆଦର୍ଶ ଆଚରଣ ବିଧୂ ତଦାରଖ ନିମନ୍ତେ ନୋଡାଲ ଅଧିକାରୀ ଭାବେ ନିୟୋଜିତ ହୋଇଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ ବୈଠକରେ ଜିଲ୍ଲାର ସାଧାରଣ ପର୍ଯ୍ୟବେକ୍ଷକ ତଥା- ସ୍ୱତନ୍ତ୍ର ସଚିବ କୃଷି ଓ କୃଷକ ସଶକ୍ତିକରଣ ଶ୍ରୀ ମଧୁସୂଦନ ମିଶ୍ର ଉପସ୍ଥିତ ରହି ଜିଲ୍ଲାରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ନିମନ୍ତେ ସମସ୍ତ ପ୍ରାର୍ଥୀ ଓ ରାଜନୈତିକ ଦଳଙ୍କର ସହଯୋଗ ଲୋଡିଥିଲେ । ଆଦର୍ଶ ଆଚରଣ ବିଧ ସଂପର୍କରେ ସମସ୍ତେ ଅବଗତ ଅଛନ୍ତି ଶ୍ରୀ ମଧୁସୂଦନ ମିଶ୍ର ଜଗତସିଂହପୁର ଜିଲ୍ଲା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ବାରା ସାଧାରଣ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି ଜଗତସିଂହପୁର ପୌର ନିର୍ବାଚନ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀମତୀ ଚିନ୍ମୟୀ ବିଶ୍ବାଳ ଓ ପାରାଦୀପ ପୌର ନିର୍ବାଚନ ନିମନ୍ତେ ଉପ-ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ ନିର୍ବାଚନ ଅଧିକାରୀ ଭାବେ ନିୟୋଜିତ ହୋଇଛନ୍ତି। ବୈଠକରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ କହିଲେ ଫେବୃୟାରୀ ୨୫ ତାରିଖରୁ ମାର୍ଚ୍ଚ ୨୬ ତାରିଖ ପର୍ଯନ୍ତ ଆଦର୍ଶ ଆଚରଣ ବିଧ୍ୱ ଲାଗୁ ହୋଇଛି । ଧର୍ମାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ,ଶିକ୍ଷାନୁଷ୍ଠାନ ମାନଙ୍କରେ ନିର୍ବାଚନୀ ବୈଠକ,ମତ ପ୍ରଚାର, କର୍ମୀ ସମ୍ମିଳନୀ ହୋଇପାରିବ ନାହିଁ । ସମସ୍ତ ରାଜନୈତିକଦଳ ଓ ପ୍ରାର୍ଥୀମାନେ ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ସହଯୋଗ କରିବେ । ନିର୍ବାଚନୀ ସଭା ଓ ପ୍ରୋସେସନ୍ ନିମନ୍ତେ ନିର୍ବାଚନ ଅଧିକାରୀଙ୍କ ଠାରୁ ପୂର୍ବରୁ ଅନୁମତି ନେବାକୁ ପଡିବ । ସ୍ଥାନୀୟ ପୋଲିସ ଓ ମାଳିଷ୍ଟ୍ରେଟ୍‌ଙ୍କୁ ନିର୍ବାଚନୀ ସଭା ଓ ପ୍ରୋସେସନ୍ ସଂପର୍କରେ ଆଗରୁ ଅବଗତ କରାଇବେ କୈାଣସି ପ୍ରାର୍ଥୀ ଓ ନେତାଙ୍କର ଚରିତ୍ର ସଂହାର କରିପାରିବେ ନାହିଁ । ସରକାରୀ କାର୍ଯ୍ୟାଳୟ ଓ ବ୍ୟକ୍ତି ବିଶେଷଙ୍କ ଘର ସମ୍ମୁଖରେ ପିକେଟିଂ କରିପାରିବେ ନାହିଁ ଲାଉଡ୍‌ସ୍ପିକର ବ୍ୟବହାର ନିମନ୍ତେ ଉପ-ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେବାକୁ ପଡିବ । ରାତ୍ର ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଲାଭକର ବ୍ୟବହାର କରିପାରିବେ ନାହିଁ ନିର୍ବାଚନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ଅଥବା ୨୨ ମାର୍ଚ୍ଚ ଅପରାହ୍ନ ୫ଟା ଠାରୁ ଲାଉଡ୍‌ସ୍ପିକର ବ୍ୟବହାର ବନ୍ଦ ରହିବ। ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସର୍ବସାଧାରଣ ରାସ୍ତାରେ ପୋଷ୍ଟର, ବ୍ୟାନର, ପାମ୍ପେଲେଟ, ହୋର୍ଡିଂ, ଓ୍ବାଲ ରାଇଟିଂକୁ ନିଷେଧ କରାଯାଇଛି। ନିର୍ବାଚନ ନିମନ୍ତେ ବ୍ୟବହୃତ ପୋଷ୍ଟର,ବ୍ୟାନର ଇତ୍ୟାଦି ଛାପା ମୁଦ୍ରଣରେ ପ୍ରିଣ୍ଟର ଓ ପବ୍ଲିଶରଙ୍କ ନାମ ଉଲ୍ଲେଖ ରହିବ। ମାର୍ଚ୍ଚ ୨୨ ତାରିଖ ଅପରାହ୍ନ ୫ଟାରୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ସଂପୃକ୍ତ ପୌରାଚଂଳରେ କୈାଣସି ଦେଶୀ ଓ ବିଦେଶୀ ମଦ ବିକ୍ରୀ ଓ ବ୍ୟବହାର ଉପରେ ରାଜ୍ୟ ନିର୍ବାଚନ ଆୟୋଗ କଟକଣା ଜାରୀ କରିଛନ୍ତି । ପ୍ରତ୍ୟେକ ଅଧ୍ୟକ୍ଷ ପ୍ରାର୍ଥୀ ସର୍ବାଧୂକ ୨ଲକ୍ଷ ଓ କାଉନ୍ସିଲର ପ୍ରାର୍ଥୀ ୫୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ଅଧ୍ୟକ୍ଷ ପ୍ରାର୍ଥୀମାନେ ତିନିଚକିଆ ଓ ଚାରିଚକିଆ ଗାଡିକୁ ମିଶାଇ ୪ଟି ଗାଡି ଓ କାଉନ୍ସିଲର ପ୍ରାର୍ଥୀ ୨ଟ ଗାଡି ବ୍ୟବହାର କରିପାରିବେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ବାଳ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜ କାନ୍ତ ମହାନ୍ତି ,ଉପ-ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ,ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ଉମେଶ କୁମାର ପଣ୍ଡା, ଡି.ଏସ୍.ପି,ଡିଆଇବି ଶ୍ରୀ ରଜନୀକାନ୍ତ ସାମଲ,ପୌର ନିର୍ବାହୀ ଅଧିକାରୀ, ପାରାଦ୍ୱୀପ ଶ୍ରୀ ସୌରିନ୍ଦ୍ର କୁମାର ରାଉତରାୟ,ପୌର ନିର୍ବାହୀ ଅଧିକାରୀ, ଜଗତସିଂହପୁର ଶ୍ରୀ ଅଶୋକ କୁମାର କର୍ଷ ଓ ଡେପୁଟୀ କଲେକ୍ଟର,ବି.ଜେ.ଡି,ବି.ଜେ.ପି,କଂଗ୍ରେସ,ବହୁଜନ ସମାଜ ପାର୍ଟିର ପ୍ରତିନିଧୂମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault