ଜଗତସିଂହପୁର/ସୁମନ୍ତ କୁମାର ଦାସ: ବିରିଡି ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ଜିଲ୍ଲା ପ୍ରଶାସନ ଦ୍ୱାରା ପାଳନ କରାଯାଇଛି l ଏହି ଅନ୍ତର୍ଜାତୀୟ ମହିଳା ଦିବସରେ ଜିଲ୍ଲାର ସମାଜ କଲ୍ୟାଣ ଅଧିକାରିଣୀ ସ୍ବର୍ଣ୍ଣମଞ୍ଜରୀ ନାୟକଙ୍କୁ ଅଧକ୍ଷତାରେ କୁଜଙ୍ଗ ସିଡିପିଓ ତନୁପ୍ରଭା ବେହୁରା,ତିର୍ତ୍ତୋଲ ସିଡିପିଓ ନିବେଦିତା ବିଭୁତି ରାଏ, ବିରିଡି ସିଡିପିଓ ଶ୍ରୀମତୀ ଗୌରୀ ଦେଇ ଏବଂ ଜଗତସିଂହପୁର ସିଡିପିଓ ଅନୁପମା ଦାସ ଉପସ୍ଥିତ ଥିଲେ l ଏହା ମଧ୍ୟରେ ଅନେକ ସୁପରଭାଇଜର, ଅଙ୍ଗନବାଡି କର୍ମୀ,ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ କିଶୋରୀ ବାଳିକାମାନେ ଉପସ୍ଥିତ ଥିଲେ l ସମସ୍ତଙ୍କ ମଧ୍ୟରେ ଆଦିତ୍ୟ ନାରାୟଣ, ଡିପିସି ମିଶନ ଶକ୍ତି ତପନ ଗୋଚ୍ଛାୟତ, ଜିଲ୍ଲା ସଂଯୋଜକ action aid, ନରେଶ ଗୋଚ୍ଛାୟତ, ଜିଲ୍ଲା ସଂଯୋଜକ child line ଉପସ୍ଥିତ ରହି ସର୍ବୋତ୍ତମ ସିଡିପିଓ ଶ୍ରୀମତି ଗୌରୀ ଦେଇ, ସର୍ବୋତ୍ତମା CMPO ତନୁପ୍ରଭା ବେହୁରା ସର୍ବୋତ୍ତମା ସୁପରଭାଇଜର ସ୍ମୃତିପ୍ରଜ୍ଞା ମହାପାତ୍ର, ସର୍ବୋତ୍ତମ ଅଙ୍ଗନବାଡି କୁନମୁନ ସାମନ୍ତରାୟ, ସର୍ବୋତ୍ତମ ସଖୀ ସେବାଶ୍ରୀ ସୃଜନୀକା ଲେଙ୍କା ଓ ସହେଲୀ ପ୍ରିୟତମା ନାୟକ ମାନଙ୍କୁ ପ୍ରମାଣ ପତ୍ର ସହିତ କିଛି ପୁରସ୍କାର ରାଶି ଆକାରରେ ପ୍ରଦାନ କରାଯାଇଥିଲା l ଏଥିରେ ମୁଖ୍ୟ ଆକର୍ଷଣ ସମାଜ କଲ୍ୟାଣ ଅଧିକାରିଣୀଙ୍କ ଦ୍ୱାରା ଜିଲ୍ଲାରେ ବାଲ୍ୟ ବିବାହ, କିଶୋରୀ ସଶକ୍ତିକରଣ, ଲିଙ୍ଗଗତ ସମାନତା ଉପରେ ଆଲୋକପାତ କରାଯାଇଥିଲା l ଏହି ଦିବସଟି ଅନ୍ୟ ମହିଳା ଏବଂ କିଶୋରୀମାନଙ୍କ ପାଇଁ ଏକ ପ୍ରେରଣାଦାୟକ ହୋଇଥିଲା l
ସର୍ବଶେଷରେ ଜିଲ୍ଲା ସମାଜ କଲୟନ କାର୍ଯ୍ୟାଳୟର ଅଧିକାରିଣୀ କ୍ରିଷ୍ଣା କୁମାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ
- Hits: 372