ନୟାଗଡ଼(ବିଶ୍ଵଜିତ ନାୟକ) - ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଆନ୍ତଜାର୍ତିୟ ମହିଳା ଦିବସ ପାଳିତ ହୋଇଯାଇଛି । ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମା’ର ଗୁଣ କହି ହୁଏ ନାହିଁ ବୋଲି କହିଥିଲେ । ମା’ ସର୍ବଦା ନମସ୍ୟ ଏବଂ ମାନସିକ ସ୍ତରରେ ଦୃଢ଼ ବୋଲି କହିଛନ୍ତି । ମହିଳାଙ୍କ ମାନସିକ ଶକ୍ତି ସବୁଠାରୁ ଅଧିକା ବୋଲି କହିଛନ୍ତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମହିଳାଙ୍କୁ ରାଜନୀତରେ ସକ୍ରିୟ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ସଶକ୍ତି କରିବା ସହ ରାଜନୀତିରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରି ଉଦାହରଣ ସୃଷ୍ଟି କରିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ବିଭିନ୍ନ ସ୍ଥାନରେ ମିଶନ ଶକ୍ତି ଗୃହ ନିର୍ମାଣ କରି ମହିଳାଙ୍କୁ ସମ୍ମାନ ପ୍ରଦାନ କରିଛନ୍ତି ବୋଲି ମୁଖ୍ୟ ଅତିଥି ମନ୍ତ୍ରୀ ଡ଼ ସାହୁ ମତବ୍ୟକ୍ତ କରିଥିଲେ |
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ଝିଲ୍ଲୀ ପ୍ରଧାନ, ସଂଯୁକ୍ତା ପଢ଼ିଆରୀ, ମାଳତୀ ଗୁରୁ, ପ୍ରଭାସିନୀ ନନ୍ଦ, ଜୟଶ୍ରୀ ଦାଶ, ନିରୁପମା ଖଟେଇ ପ୍ରମୂଖ ଉପସ୍ଥିତ ରହି ମହିଳାଙ୍କ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ ।